ETV Bharat / bharat

ଢାକାରେ ହାଇ କମିସନଙ୍କ ଅଧିକାରୀମାନେ ଭାରତୀୟଙ୍କ ସହ ସଂପର୍କ ରଖିଛନ୍ତି: ବୈଦେଶିକ ସଚିବ - ବାଂଲାଦେଶ ସୀମା ବନ୍ଦ ରହିବ

ବାଂଲାଦେଶ ସୀମା ବନ୍ଦ ରହିବ । ଭାରତୀୟ ଛାତ୍ରଛାତ୍ରୀମାନେ ହଷ୍ଟେଲକୁ ଫେରିଯିବା ଆବଶ୍ୟକ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବାଂଲାଦେଶରେ ଥିବା ଛାତ୍ରଛାତ୍ରୀମାନଙ୍କ ସମେତ ସବୁ ଭାରତୀୟଙ୍କ ସହ ଢାକାରେ ଅବସ୍ଥାପିତ ହାଇ କମିସନ ସମ୍ପର୍କ ରହିଥିବା କହିଛନ୍ତି ବୈଦେଶୀକ ସଚିବ ହର୍ଷ ଶ୍ରିଂଲା । ଅଧିକ ପଢନ୍ତୁ...

ଢାକାରେ ହାଇ କମିସନଙ୍କ ଅଧିକାରୀମାନେ ଭାରତୀୟମାନଙ୍କ ସହ ସଂପର୍କ ରଖିଛନ୍ତି : ବୈଦେଶିକ ସଚିବ

author img

By

Published : Mar 25, 2020, 1:50 PM IST

ବାଂଲାଦେଶ ସୀମା ଦେଇ ଭାରତକୁ ଫେରିବା ଲାଗି ଅନୁମତି ଦେବା ସକାଶେ କାଶ୍ମୀରର ଛାତ୍ରଛାତ୍ରୀମାନେ ଗୃହ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରୁଥିବାର ଦୃଶ୍ୟ ସମ୍ବଳିତ ଭିଡିଓ ପ୍ରସାରିତ ହେବାର କେଇ ଘଣ୍ଟା ପରେ, କେତେକ ସୂତ୍ର ପ୍ରକାଶ କରିଛନ୍ତି ଯେ, ସେମାନେ ଯେଉଁଠି ଅଛନ୍ତି ସେହିଠାରେ ହିଁ ରହିବା ଆବଶ୍ୟକ । କେବଳ ଇଟିଭି ଭାରତକୁ ଦେଇଥିବା ତାଙ୍କ ମନ୍ତବ୍ୟରେ ବୈଦେଶିକ ସଚିବ ହର୍ଷ ଶ୍ରିଂଲା ଛାତ୍ରଛାତ୍ରୀମାନଙ୍କୁ ଆଶ୍ବାସନା ଦେଇ କହିଛନ୍ତି, “ବାଂଲାଦେଶରେ ଥିବା ଛାତ୍ରଛାତ୍ରୀମାନଙ୍କ ସମେତ ସବୁ ଭାରତୀୟଙ୍କ ସହ ଢାକାରେ ଅବସ୍ଥାପିତ ହାଇ କମିସନ ସମ୍ପର୍କ ରଖିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକ ସବୁ ପଦକ୍ଷେପ ନେଉଛନ୍ତି ।”

ଏହା ପୂର୍ବରୁ, ମଙ୍ଗଳବାର ଦିନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କେତେକ ଭିଡିଓରେ, ପଶ୍ଚିମ ବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବୋନ୍‌ଗାଓଁ ନିକଟସ୍ଥ ଭାରତ-ବାଂଲାଦେଶ ସୀମାର ପେଟ୍ରାପୋଲ-ବେନାପୋଲ ଚେକ୍‌ ପୋଷ୍ଟ ପାଖରେ କାଶ୍ମୀରର ପ୍ରାୟ 70 ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଅଟକି ରହିଥିବା ଦେଖାଯାଇଥିଲା । ଏହି ଭିଡିଓରେ ଦେଖାଯାଇଥିଲା ଯେ ଜଣେ କାଶ୍ମିରୀ ଯୁବତୀ ନିବେଦନ କରି କହୁଛନ୍ତି “ଚେକ୍‌ ପୋଷ୍ଟ ଦେଇ ଯିବା ଲାଗି ଆମେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ବାରମ୍ବାର ଅନୁରୋଧ କରିଛୁ । ଏଠାରେ ଆମେ ଆଦୌ ନିରାପଦ ଅନୁଭବ କରୁନାହୁଁ । ଏଠାରେ ଲୋକଙ୍କ ଭିଡ଼ ଲାଗି ରହିଛି ଏବଂ ଏଠାରେ ରହିବା ଦ୍ବାରା ଆମ ପ୍ରତି ବିପଦ ଆଶଙ୍କା ରହିଛି । ଆମେ ଏଠାରେ ରାତି କଟାଇବା ଲାଗି ପ୍ରସ୍ତୁତ ରହିଛୁ ।”

ଆଉ ଜଣେ ଯୁବକ ଅନୁରୋଧ କରି କହୁଥିଲେ, “ଆମେ କାଶ୍ମୀରର 70 ଜଣ ଛାତ୍ରଛାତ୍ରୀ ବାଂଲାଦେଶର ବିଭିନ୍ନ ମେଡିକାଲ କଲେଜରେ ପଢୁଛୁ । ଆମେ ପେଟ୍ରୋପୋଲ-ବେନାପୋଲ ସୀମାରେ ଅଟକି ରହିଛୁ । ଏଠାରେ ପହଞ୍ଚିବା ଲାଗି ଆମେ 12ରୁ 16 ଘଣ୍ଟାର ଯାତ୍ରା କରିଛୁ । ଆମ କଲେଜ ଓ ହଷ୍ଟେଲ ବନ୍ଦ ହୋଇଯାଇଛି ଏବଂ ଆମମାନଙ୍କୁ ଘରକୁ ଯିବା ପାଇଁ କୁହାଯାଇଛି । ଗତ ସନ୍ଧ୍ୟାରୁ ଆମେ ଏହି ସୀମାରେ ରହିଛୁ ଏବଂ କଣିକାଏ ଖାଦ୍ୟ ବି ଖାଇନାହୁଁ । ଆମକୁ ସୀମା ପାର ହୋଇ ଯିବା ପାଇଁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଆମେ ଏଠାରେ ବସି ରହିବୁ ।”

କିନ୍ତୁ, ଭାରତୀୟ ଅଧିକାରୀମାନେ ସ୍ପଷ୍ଟ କରିଦେଇଛନ୍ତି ଯେ, ଠିକ୍‌ ଏହି ସମୟରେ ଏହି ସୀମାବର୍ତ୍ତୀ ସ୍ଥାନ ଦେଇ କୌଣସି ଉଦ୍ଧାର କାର୍ଯ୍ୟ ହୋଇପାରିବ ନାହିଁ । କାରଣ, ପଡ଼ୋଶୀ ବାଂଲାଦେଶ, ନେପାଳ, ପାକିସ୍ତାନ ଓ ଭୁଟାନ ସମେତ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ବହିଃଶୁଳ୍‌କ ଚେକ୍‌ ପୋଷ୍ଟ ଥିବା ଯେଉଁସବୁ ସ୍ଥାନ ଲକ୍‌ଡାଉନ୍‌ ତାଲିକାରେ ରହିଛି ତାହା ମଧ୍ୟରେ ଏହି ସ୍ଥାନ ରହିଛି । ଜଣେ ସରକାରୀ ସୂତ୍ର କହିଛନ୍ତି, “ଭାରତ ଭିତରେ ଏବଂ ଭାରତ ସହ ଅନ୍ୟ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବାରୁ ସୀମାରେଖା ପାର କରି ଯିବାଆସିବା ବନ୍ଦ କରାଯାଇଛି । ତେଣୁ, ସେମାନଙ୍କର ଏବଂ ସମାଜର ସ୍ବାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ସେମାନେ ନିଜ ନିଜ ହଷ୍ଟେଲକୁ ଫେରିଯିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଛି ।”

କେତେକ ସୂତ୍ରରୁ ଆହୁରି ମଧ୍ୟ ପ୍ରକାଶ ଯେ, ଅନ୍ତର୍ଜାତୀୟ ସ୍ତରରେ ଦେଶ ବାହାରୁ ଯାତ୍ରୀ ଆଗମନ ଏବଂ ଦେଶ ଭିତରେ ବି ଯାତ୍ରା ଉପରେ କଟକଣା ବଳବତ୍ତର ରହିଥିବା ଦୃଷ୍ଟିରୁ ସେମାନେ ଯାତ୍ରା ନ କରିବା ଲାଗି ଭାରତୀୟ ହାଇ କମିସନ ପରାମର୍ଶ ଦେଇଥିବା ସତ୍ତ୍ବେ, ଏହି ଛାତ୍ରଛାତ୍ରୀମାନେ ସୋମବାର ରାତିରେ ସୀମାବର୍ତ୍ତୀ ଅଞ୍ଚଳ ଆଡ଼କୁ ଆଗେଇ ଯାଇଥିଲେ ।

ସେହି ସରକାରୀ ସୂତ୍ରରୁ ପ୍ରକାଶ ଯେ, “ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥାକୁ କଲେଜର ଅଧ୍ୟକ୍ଷ ଅସ୍ବୀକାର କରିଛନ୍ତି ଏବଂ ନିଶ୍ଚିତ ଭାବରେ ସେମାନଙ୍କୁ ହଷ୍ଟେଲରେ ହିଁ ରଖାଯିବ ବୋଲି କହିଛନ୍ତି ।” ବାଂଲାଦେଶରେ ପ୍ରାୟ 7000 ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି । ଭାରତରେ ତାଲାବନ୍ଦ ବା ଲକ୍‌ଡାଉନ୍‌ ଘୋଷିତ ହୋଇଥିବାରୁ ଏବଂ ମାର୍ଚ୍ଚ 24 ତାରିଖ ମଧ୍ୟରାତ୍ରୀରୁ ଘରୋଇ ବିମାନ ଚଳାଚଳ ବି ବନ୍ଦ ରହିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲାଣ୍ଡ୍‌ସ, ଫ୍ରାନ୍‌ସ ଭଳି ସାରା ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ବହୁସଂଖ୍ୟକ ଭାରତୀୟ, ବିଶେଷତଃ ଛାତ୍ରଛାତ୍ରୀମାନେ ଅଟକି ରହିଛନ୍ତି ଏବଂ ସେମାନେ ଦେଶକୁ ଫେରିବା ଲାଗି ଅନୁରୋଧ କରୁଥିବା ମେସେଜ୍‌ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରାଲୟ ସୂତ୍ରରୁ ସ୍ପଷ୍ଟ କରିଦିଆଯାଇଛି ଯେ, ବିଭିନ୍ନ ଦେଶରେ ଅଟକି ରହିଥିବା ବିଦେଶୀ ନାଗରିକମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ କିଣି ଯୋଗାଇ ଦେବାକୁ ସେହି ସବୁ ଦେଶ ବ୍ୟବସ୍ଥା କରୁଛନ୍ତି । ମାଲେସିଆର କୁଆଲା ଲୁମ୍ପୁର ବିମାନ ବନ୍ଦରର ବିଶ୍ରାମାଗାରରେ ଅଟକି ରହିଥିବା ଲୋକମାନଙ୍କୁ ଭାରତୀୟ ହାଇ କମିସନଙ୍କ ପକ୍ଷରୁ କେତେକ ଖାଦ୍ୟ ପ୍ୟାକେଟ୍‌ ଯୋଗାଇ ଦିଆଯାଇଛି । ନ୍ୟୁୟର୍କ ଭଳି ସହରରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ଗୁରୁଦ୍ବାରାରେ କିମ୍ବା ସ୍ଥାନୀୟ ହୋଟେଲରେ ରିହାତି ଦରରେ ରହିବା ସୁବିଧା ଦେବାକୁ ବୁଝାମଣା କରାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ, ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ବିଭିନ୍ନ ଦରିଆପାରି ଭାରତୀୟ ସଂଗଠନ ସହିତ ସମନ୍ବୟ ରଖି କାର୍ଯ୍ୟ କରାଯାଉଛି । କିନ୍ତୁ କେବଳ ଇଟାଲୀ ଓ ଇରାନ ଭଳି ବିଷମ ଓ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଥିବା କେତେକ ଦେଶକୁ ବାଦ ଦେଲେ ଅନ୍ୟ କୌଣସି ଦେଶରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଭାରତୀୟ ନାଗରିକମାନଙ୍କର ଅପସାରଣ କରାଯିବ ନାହିଁ ।

ସ୍ମିତା ଶର୍ମା, ନୂଆଦିଲ୍ଲୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.