ETV Bharat / bharat

ମଦ ଦେଲେ ପୂରଣ ହୁଏ ମନସ୍କାମନା...ପଢନ୍ତୁ କେଉଁଠି - କୁରୁକ୍ଷେତ୍ର

ହରିୟାଣାର କୁରୁକ୍ଷେତ୍ରରେ ରହିଛି ସାରସା ଗାଁ । ମହାଭାରତରେ ମଧ୍ୟ ସ୍ଥାନ ପାଇଛି ଏହି ଗାଁର ଇତିହାସ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 5, 2019, 11:29 PM IST

ଚଣ୍ଡିଗଡ: ଭାରତ ବର୍ଷରେ ଏମିତି କିଛି ରହସ୍ୟ ରହିଛି ଯାହାର ଚର୍ଚ୍ଚା ବହୁ ବର୍ଷ ଧରି ଜାରି ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ରହସ୍ୟ କେବଳ ରହସ୍ୟ ହୋଇ ହିଁ ରହିଛି । ତେବେ ଆମେ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ମହାଭାରତ ସମୟର । ଯେଉଁଠି ମହାଭାରତ ଯୁଦ୍ଧ ସମୟରେ ପାଣ୍ଡୁଙ୍କ ପୁଅ ଭୀମ ନିଜର କଠଉ ସଫା କରିଥିଲେ ତାହା ଏବେ ତୀର୍ଥସ୍ଥଳ ଭାବେ ନାମିତ ହୋଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହରିୟାଣାର କୁରୁକ୍ଷେତ୍ର ଠାରୁ 12 କିଲୋମିଟର ଦୂରରେ ରହିଛି ସାରସା ଗାଁ । ଯେଉଁଠି ଭୀମ କାଦୁଅରେ ଲଟପଟ ହୋଇଥିବା ତାଙ୍କର କଠଉ ସଫା କରିଥିଲେ । ତେବେ ଶୁଣାଯାଏଯେ, ତାଙ୍କ କଠଉରେ ଏତେ ମାତ୍ରାରେ ମାଟି ଲାଗିଥିଲା ଯେ, ସେଥିରେ ବଡବଡ ମାଟି ଗଦା ତିଆରି ହୋଇଯାଇଥିଲା । ତେବେ ଏହି କାହାଣୀ ମହାଭାରତ ପୁରାଣରେ ରହିଛି । କିନ୍ତୁ ଉକ୍ତ ମାଟି ଗଦା ଉପରେ ଗତ 100 ବର୍ଷ ପୂର୍ବେ ବାସ କରୁଥିବା ଜଣେ ସାଧୁ ବାବାଙ୍କ କାହାଣୀ କେବଳ ସାରସା ଗାଁ ଭିତରେ ହିଁ ସୀମିତ ରହିଛି । ଗ୍ରାମବାସୀଙ୍କ କହିବାନୂଯାୟୀ, ବାବା ରୋହଡା ନାଥ ନିଜ ସାଥିରେ ପ୍ରାୟ 50ରୁ ଉର୍ଦ୍ଧ୍ବ କୁକୁରଙ୍କୁ ରଖୁଥିଲେ । ସେ ନିଜେ ଯାହା ଭିକ ମାଗି ଆଣୁଥିଲେ ସେଥିରୁ ଉକ୍ତ କୁକୁରଙ୍କୁ ଖାଇବାକୁ ଦେଉଥିଲେ ।

ସୂଚନାମୁତାବକ, ଏଠାରେ ଯେଉଁ ସାଧୁ ବାବା ବାସ କରନ୍ତି ସେ ପଞ୍ଜାବ ପୋଲିସ ଭାବେ କାର୍ଯ୍ୟରତ ଥିଲେ । ଯିଏ ମୋହମାୟା ତ୍ୟାଗ କରି ସାଧୁ ବେଶ ଧାରଣ କରିଥିଲେ । କୁହାଯାଏ ଯେ,ଏହି ସାଧୁଙ୍କ ମୁହଁରୁ ବାହାରିଥିବା ସମସ୍ତ କଥା ସମ୍ପୂର୍ଣ୍ଣ ଭାବେ ସତ ହୋଇଥାଏ । ଆଉ ଏହି ସାଧୁ ଜଣକ ମଦ୍ୟ ପାନ କରିବାକୁ ବେଶି ପସନ୍ଦ କରୁଥିଲେ । ତେଣୁ କେହି ନିଜର ମନସ୍କାମନା ପୁରଣ କରିବାକୁ 2ଟି ମଦ ବୋତଲ ଲାଗି କରିଦେବ ତେବେ ତାର ସମସ୍ତ ମନସ୍କାମନା ପୂରଣ ହୋଇଯାଇଥାଏ । କେବଳ ସେତିକି ନୁହେଁ ସାଧୁ ବାବା ଜଣକ ପୂର୍ବରୁ ଉକ୍ତ ଅଞ୍ଚଳରେ ବିମାନ ଦୁର୍ଘଟଣା ହେବାନେଇ ସଚେତନ କରାଇଥିଲେ । ଏହାପରେ ଉକ୍ତ ସ୍ଥାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେ ନିଜ ଇଚ୍ଛାରେ ହିଁ ଦେହତ୍ୟାଗ କରିଥିଲେ ।

ପ୍ରାୟ 500 ଏକର ଜମିରେ ବ୍ୟାପିଛି ଏହି ଜଙ୍ଗଲ । ଆଉ ଏହି 4ଟି ବଡ ବଡ ମାଟି ଗଦା ଏବେ ବନବିଭାଗ ଅଧିନରେ ରହିଛି । କିନ୍ତୁ ଏଠାରେ ଗଛ କାଟିବାର ଅନୁମତି ନା ଗାଁ ଲୋକଙ୍କୁ ଦିଆଯାଇଛି ନାଁ ସରକାରଙ୍କୁ । ମହାଭାରତ ସମୟର ଏହି ସାରସା ଗାଁ ନିଜ ଭିତରେ ଅନେକ ଇତିହାସକୁ ଓ ମୁନି ଋଷିଙ୍କ ସ୍ମୁତିକୁ ସାଇତି ରଖିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.