ଭୁବନେଶ୍ବର: କ୍ଷତାକ୍ତ ନାଗରାଜଙ୍କୁ ମିଳିଲା ନୂଆ ଜୀବନ । ଅସ୍ତ୍ରୋପଚାର ମାଧ୍ୟମରେ ନାଗସାପ ପେଟରେ ପଶିଥିବା ଲୁହାରଡ ସଫଳତାର ସହ କଢାଯାଇଛି । ଆଉ ଏହି କାର୍ଯ୍ୟ କରିଛନ୍ତି ଭୁବନେଶ୍ବରରେ ଥିବା କଲେଜ ଅଫ ଭେଟନାରୀ ସାଇନ୍ସ ଏଣ୍ଡ ଆନିମଲ ବିଭାଗର ଡାକ୍ତର ।
କୌଣସି କାରଣରୁ ନାଗସାପର ପେଟରେ ଲୁହା ରଡ ପଶିଯାଇଥିଲା । ସାପକୁ ଆଭ୍ୟନ୍ତରୀଣ ଆଘାତ ଲାଗିବାରୁ ଗଭୀର କ୍ଷତାକ୍ତ ହୋଇଥିଲା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରୁ କ୍ଷତାକ୍ତ ନାଗସାପକୁ ଦେଖିବା ପରେ ସ୍ଥାନୀୟ ଲୋକେ ନୂଆ ଜୀବନ ଦାନ ଦେଇଛନ୍ତି ।