ଇତିହାସର ସବୁଠୁ ବଡ ଏବଂ ଭୟଙ୍କର ଆତଙ୍କୀ ହାମଲାରେ ଭାରତ ତାର 44 ଜଣ ବୀର ସିଆରପିଏଫ୍ ଯବାନଙ୍କୁ ହରାଇଛି । ନରହନ୍ତା ଆତଙ୍କୀ ଆଦିଲ୍ ଅହମ୍ମଦ ଅଦମ୍ୟ ସାହସୀ ଏବଂ ଅପୂର୍ବ ବୀରତ୍ବର ଅଧିକାରୀ ଭାରତୀୟ ଯବାନଙ୍କ ରକ୍ତରେ ହୋରି ଖେଳିଛି । 44 ବୀର ଏବଂ ସାହସୀ ଯବାନଙ୍କୁ ହରାଇ ଦେଶ ଶୋକ ସମୁଦ୍ରରେ ଭାସିଥିବା ବେଳେ ଓଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ଓଡିଶା । ଜଗତସିଂହପୁର ନାଉଗାଁର ପ୍ରସନ୍ନ କୁମାର ସାହୁ ପୁଲଓ୍ବାମା ଆତଙ୍କୀ ହାମଲାରେ ଶହୀଦ ହୋଇଛନ୍ତି । ସେ ସିଆରପିଏଫର 61 ବାଟାଲିଅନରେ କାର୍ଯ୍ୟରତ ଥିଲେ ।
ପ୍ରକାଶ ଯେ, ଗୁରୁବାର ଅପରାହ୍ଣରେ ଜମ୍ମୁ କାଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କୀ ହାମଲାରେ 44 ସିଆରପିଏଫ୍ ଯବାନ ଶହୀଦ ହୋଇଥିବା ବେଲେ ଏକାଧିକ ଗୁରୁତର ହୋଇଛନ୍ତି । ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏପରିକି ଆକ୍ରମଣ ପରେ ଘାଟିରେ ଅଦ୍ଭୂତ ପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି ଏବଂ ସମଗ୍ର ଦେଶରେ ପ୍ରତିଶୋଧର ବହ୍ନୀ ହୁ ହୁ ହୋଇ ଜଳୁଛି ।