ETV Bharat / bharat

‘ମାଷ୍ଟରସେଫ୍‌ ସିଜିନ୍-6’ ବିଜୟୀ ହେଲେ ଓଡିଆ ପୁଅ ଅବିନାଶ - masterchef india season-6

ଓଡିଆ ପୁଅ ଅବିନାଶଙ୍କ କମାଲ । ମାଷ୍ଟରସେଫ୍‌ ସିଜିନ୍-6ରେ ବିଜୟୀ ହେଲେ ଅବିନାଶ । ପୁରସ୍କାର ସ୍ବରୂପ ତାଙ୍କୁ 25 ଲକ୍ଷ ଟଙ୍କାର ଚେକ୍ ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

masterchef india season-6
ମାଷ୍ଟର ସେଫ୍‌ ସିଜିନ୍-6ର ବିଜୟୀ ହେଲେ ଓଡିଆ ପୁଅ ଅବିନାଶ
author img

By

Published : Feb 16, 2020, 9:29 AM IST

Updated : Feb 16, 2020, 12:10 PM IST

ଭୁବନେଶ୍ବର: ଭାରତର ପପୁଲାର ଟିଭି ଶୋ’ ମାଷ୍ଟର ସେଫ୍‌’ରେ ଓଡିଆ ପୁଅ ଅବିନାଶ ନାୟକଙ୍କ କମାଲ୍‌ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାତେଇଲେ ମାଷ୍ଟର ସେଫ୍’ ସିଜିନ୍-6ର ତାଜ୍ । ମାଷ୍ଟର ସେଫ୍‌ର ଚାଲିଥିବା ସିଜିନ୍-6ରେ ସେ ବିଜୟୀ ହୋଇ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗର୍ବ ଗୌରବ ।

ଫାଇନାଲ ରାଉଣ୍ଡରେ ଅବିନାଶ ନିଜର ନିକଟତମ ପ୍ରତିନ୍ଦ୍ବନ୍ଦି ଔଣ୍ଡ୍ରିଲା ବାଲାଙ୍କୁ ହରାଇ ବିଜୟୀ ହୋଇଛନ୍ତି । ପ୍ରଥମରୁ ହିଁ ମାଷ୍ଟର ସେଫ୍‌ରେ କମାଲ କରିଥିଲେ ଅବିନାଶ । ଓଡିଆ ଖାଦ୍ୟ ଚିକେନ୍ ବେସର କରି ଜର୍ଜଙ୍କ ମନକୁ ଛୁଇଁ ପାରିଥିଲେ ।

ତେବେ ପ୍ରଥମ ଓଡିଆ ଭାବେ ଅବିନାଶ ହାତେଇଛନ୍ତି ମାଷ୍ଟରସେଫ ତାଜ୍ । ବ୍ରହ୍ମପୁରର ପୁଅ ଅବିନାଶ ପେଶାରେ ଜଣେ ଇଞ୍ଜିନିୟର । ଭୁବନେଶ୍ବରରେ ଶିକ୍ଷା ସମାପନ କରିବା ପରେ ହାଇଦ୍ରାବାଦରେ ଇଞ୍ଜିନିୟର ଭାବେ କାମ କରୁଛନ୍ତି ।

ମୁମ୍ବାଇରେ ଆୟୋଜିତ ମାଷ୍ଟର ସେଫ୍‌ ସିଜିନ୍-6 ଗ୍ରାଣ୍ଡ ଫାଇନାଲରେ ମୁଖ୍ୟ ଅତିଥି ଭାବେ ରିପୁ ଦାମନ ହଣ୍ଡା, ବରୁଣ ଶର୍ମା ଭାବେ ଉପସ୍ଥିତ ଥିଲେ । ଏଥିରେ ଅବିନାଶଙ୍କୁ 25ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।

Last Updated : Feb 16, 2020, 12:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.