ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମରୁ ଲୋକଙ୍କ ଆଶ୍ବସ୍ତି ମିଳିବ । ଗୁରୁ ନାନକ ଦେବଙ୍କ 550ତମ ଜନ୍ମବାର୍ଷିକି ଅବସରରେ ନଭେମ୍ବର11 ଓ 12ରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ ନାହିଁ । ଗତ ନଭେମ୍ବର 4ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର 15 ଯାଏଁ ଚାଲିବ ।
ତିଲକନଗରର ଆମ ଆଦମୀ ପାର୍ଟୀ ବିଧାୟକ ଜରନୈଲ ସିଂହଙ୍କ ନେତୃତ୍ବରେ ଏକ ଶିଖ୍ ଦଳ ରାଜ୍ୟ ପରିବହନ ମନ୍ତ୍ରୀ କୈଳାଶ ଗହଲୋତଙ୍କୁ ଦେଖା କରିଥିଲେ । ଏହି ସାକ୍ଷାତକାରରେ ଦୁଇ ଦିନ ପାଇଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ନକରିବାକୁ ଅନୁରୋଧ କରାଯାଇଥିଲା ।
ରାଜଧାନୀ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ପ୍ରକ୍ରିୟା ସକାଳ 8ଟାରୁ ସଂନ୍ଧ୍ୟା 8ଟା ଯାଏଁ ଲାଗୁ ରହିଛି । ସପ୍ତାହରେ ସୋମବାରରୁ ଶନିବାର ଏହ ଫର୍ମୁଲା କାର୍ଯ୍ୟକାରୀ ହେବ । ଯେଉଁମାନେ ଏହି ନିୟମର ପାଳନ ନ କରିବେ ସେମାନଙ୍କୁ ଚାରି ହଜାର ତଣ୍ଡ ଗଣିବାକୁ ପଡିବ ।