ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ବ୍ୟାପକ ହେବାରୁ ଆଜିଠୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରୁଛନ୍ତି ଦିଲ୍ଲୀ ସରକାର । ଏହି ନିୟମ ସକାଳ 8ରୁ ସଂଧ୍ୟା 8ଟା ପର୍ଯ୍ୟନ୍ତ ଲାଗୁ ହେବାବେଳେ ଫର୍ମୁଲାଟି ନଭେମ୍ବର 15ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ନଭେମ୍ବର 10 ରବିବାର ହୋଇଥିବାରୁ ଏହି ଫର୍ମୁଲାର ପ୍ରଭାବ ପଡିବନାହିଁ । ନିର୍ଦ୍ଧାରିତ ସମୟରେ ନିୟମ ଉଲ୍ଲଙ୍ଘନ କଲେ ଗଣିବେ 4000ଟଙ୍କାର ତଣ୍ଡ ।
ଦିଲ୍ଲୀ ସରକାରଙ୍କ ଯୁଗ୍ମ-ଅଯୁଗ୍ମ ପ୍ରତିବନ୍ଧକ ନିୟମ ଅନୁସାରେ, ଯେଉଁ ଯାନବାହନଗୁଡିକର ପଞ୍ଜୀକରଣର ଶେଷ ସଂଖ୍ୟା ଅଯୁଗ୍ମ (1,3,5,7,9) ସେମାନେ ମାସର ଅଯୁଗ୍ମ ତାରିଖରେ ରାସ୍ତାରେ ଗାଡି ଚଲାଇ ପାରିବେ । ସେହିପରି ପଞ୍ଜୀକରଣରେ ଯୁଗ୍ମ ସଂଖ୍ୟା(0,2,4,6,8) ମାସର ଯୁଗ୍ମ ତାରିଖରେ ଗା଼ଡି ଚଲାଇପାରିବେ । ଇଲେକ୍ଟ୍ରିକ ଗାଡିଗୁଡିକରେ ଏହି କଟକଣା ଜାରି କରାଯିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ତେବେ ଅନ୍ୟ ରାଜ୍ୟର ରେଜିଷ୍ଟ୍ରେସନ ନମ୍ବର ଧାରୀ ଗାଡିମାନଙ୍କ ପାଇଁ ମଧ୍ୟ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ।