ETV Bharat / bharat

ଶ୍ରାବଣ ଦ୍ବିତୀୟ ସୋମବାର: ମହାଦେବଙ୍କ ଜଳାଭିଷେକ ପାଇଁ ଏକାଠି ହେଲେ 3କୋଟିରୁ ଉର୍ଦ୍ଧ୍ବ କାଉଡିଆ - Kanwar yatra

ଶ୍ରାବଣର ଦ୍ବିତୀୟ ସୋମବାର । ଜଳଲାଗି କରୁଛନ୍ତି କାଉଡିଆ । ଉତ୍ତରାଖଣ୍ଡ କାଉଡିଆ ଯାତ୍ରାରେ ସାମିଲ ହୋଇଛନ୍ତି 3କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 29, 2019, 11:21 AM IST

Updated : Jul 29, 2019, 12:50 PM IST

ଡେରାଡୁନ: ଆଜି ଶ୍ରାବଣ ଦ୍ବିତୀୟ ସୋମବାର । ଜଳ ଲାଗି କରିବେ ଶହ ଶହ ଶ୍ରଦ୍ଧାଳୁ । ବୈଦ୍ୟନାଥ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି କାହିଁ କେତେ ଦୂରରୁ ପାଣି ନେଇ କାଉଡିଆ କରିବେ ଜଳ ଅଭିଷେକ । ଏନେଇ ଗତକାଲି ହରିଦ୍ବାରରେ ଆସି ପହଞ୍ଚିଛନ୍ତି 3.30 କୋଟି ଶ୍ରଦ୍ଧାଳୁ । ଜୁଲାଇ 23ରୁ ଆରମ୍ଭ ହୋଇଥିବା କାଉଡିଆ ଯାତ୍ରାରେ ଜଳଲାଗି କରିବେ କାଉଡିଆ । ଆଉ ଏମାନଙ୍କ ସ୍ବାଗତ ଲାଗି ରାଜ୍ୟର କେତେକ ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ଉପରେ ଆକାଶମାର୍ଗରୁ ଫୁଲ ପାଖୁଡା ବର୍ଷା କରାଯାଇଥିଲା ।

kanwar yatra
ଫଟୋ ସୌଜନ୍ୟ: ଏଏନଆଇ

ପ୍ରତିବର୍ଷ ଏଠାରେ କାଉଡିଆ ଯାତ୍ରାର ଆୟୋଜନ କରାଯାଉଥିବାବେଳେ ଦେଶର ବିଭିନ୍ନ କୋଣରୁ ଆସି କାଉଡିଆମାନେ ଏଠାକୁ ଆସିଥାନ୍ତି । ଶତାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ଉତ୍ତରାଖଣ୍ଡର ହରିଦ୍ବାର, ଗୌମୁଖ ଓ ଗଙ୍ଗୋତ୍ରୀ ସହିତ ବିହାରର ସୁଲତାନଗଞ୍ଜ ଗଙ୍ଗା ନଦୀରୁ ପାଣି ଆଣି ଶିବଲିଙ୍ଗରେ ଜଳାଭିଷେକ କରିଥାନ୍ତି ।

kanwar yatra
ଫଟୋ ସୌଜନ୍ୟ: ଏଏନଆଇ

ଏହି ଯାତ୍ରା ଆରମ୍ଭରୁ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜକୁ ଛଟି ଘୋଷଣା କରିଛନ୍ତି । ଜୁଲାଇ 23ରୁ ଜୁଲାଇ 30 ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ସେପଟେ ଅମରନାଥ ଯାତ୍ରାରେ ମଧ୍ୟ ବହୁ ମାତ୍ରାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଯାହାକୁ ନେଇ ଗତକାଲି ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମରେ ମୋଦି କାଶ୍ମୀରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Intro:Body:

szgfhjhj

Conclusion:
Last Updated : Jul 29, 2019, 12:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.