ETV Bharat / bharat

'ନ୍ୟାୟ'ରୁ ମିଳିବ ଦାରିଦ୍ର୍ୟତାରୁ ମୁକ୍ତି, ସୁଦୃଢ ହେବ ଅର୍ଥବ୍ୟବସ୍ଥା'

'ନ୍ୟାୟ' ଯୋଜନାର ପ୍ରଶଂସା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଏହି ଯୋଜନା ଦେଶରେ ଲାଗୁ ହେଲେ ଭାରତ ବିଶ୍ବର 'ଗରିବ ମୁକ୍ତ ଦେଶ' ଶ୍ରେଣୀରେ ସାମିଲ ହେବ ବୋଲି କହିଛନ୍ତି ସେ ।

author img

By

Published : Apr 20, 2019, 11:03 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଗରିବ ପରିବାର ପାଇଁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା(ନ୍ୟାୟ)ର ଘୋଷଣା କରିଥଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଯଦି କଂଗ୍ରେସ କ୍ଷମତାକୁ ଆସିବ, ତେବେ ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ବୋଲି କହୁଛନ୍ତି ସେ । ଶନିବାର ଏହି 'ନ୍ୟାୟ' ଯୋଜନାର ପ୍ରଶଂସା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଏହି ଯୋଜନା ଦେଶରେ ଲାଗୁ ହେଲେ ଭାରତ ବିଶ୍ବର 'ଗରିବ ମୁକ୍ତ ଦେଶ' ଶ୍ରେଣୀରେ ସାମିଲ ହେବ ବୋଲି କହିଛନ୍ତି ସେ ।

ଏହି ନ୍ୟାୟ ଯୋଜନା ଲାଗୁ କରିବା ପାଇଁ ଦେଶର ମଧ୍ୟମବର୍ଗଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡିବ ନାହିଁ ଓ ଦେଶର ରାଜକୋଷ ଉପରେ ମଧ୍ୟ ବୋଝ ପଡିବ ନାହିଁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ନ୍ୟାୟ ଯୋଜନା ହେଉଛି ଏକ ଶକ୍ତିଶାଳୀ ଯୋଜନା । ଏହା ଆମ ଦେଶର ଗରିବିକୁ ହଟାଇବା ସହ ସ୍ଥିର ଥିବା ଅର୍ଥବ୍ୟବସ୍ଥାକୁ ଏକ ନୂଆ ଗତି ପ୍ରଦାନ କରିବ । ମୋତେ ଖୁସି ଲାଗୁଛି ଏହି 'ନ୍ୟାୟ'କୁ ସମସ୍ତ ନାଗରିକ ପସନ୍ଦ କରୁଛନ୍ତି ଓ ଏହା ଉପରେ ଦେଶସାରା ଚର୍ଚ୍ଚା କରାଯାଉଛି ।

ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂ କହିଛନ୍ତି ଯେ, ବିଗତ ୭୦ ବର୍ଷରେ ଦାରିଦ୍ର୍ୟତାକୁ ଶେଷ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଛି । ଯାହାର ପରିଣାମ ସ୍ବରୂପ ଦାରିଦ୍ର୍ୟତା ସ୍ତର ୭୦ ପ୍ରତିଶତରୁ ହ୍ରାସ ପାଇଁ ୨୦ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ସମୟ ଆସିଯାଇଛି ଏହି ଦାରିଦ୍ର୍ୟତାକୁ ସମୂଳେ ବିନାଶ କରିବାକୁ ପଡିବ । ଏହି ଯୋଜନା ଦ୍ବାରା ଦେଶର ଜିଡିପିରେ ଅଧିକରୁ ଅଧିକ ୧.୨ ପ୍ରତିଶତରୁ ୧.୫ ପ୍ରତିଶତ ଯାଏ ଖର୍ଚ୍ଚ ହେବ । ପ୍ରାୟ ୩ ହଜାର ଆରବ ଥିବା ଆମ ଅର୍ଥବ୍ୟବସ୍ଥା ଏହି ଖର୍ଚ୍ଚ ବହନ କରିବାକୁ ସମର୍ଥ ବୋଲି ମନମୋହନ ସିଂ କହିଛନ୍ତି ।

Intro:Body:

chjujkiuklioloiu

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.