କୋଲକାତା: ଦୁର୍ଗାପୂଜା କରି ଅଡ଼ୁଆରେ ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସିର ଲୋକସଭା ସାଂସଦ ନୁସରତ ଜାହାନ । ଦୁର୍ଗାପୂଜା ପାଳନ କରିବା ସହ ନିଜ ସ୍ବାମୀଙ୍କ ସାଙ୍ଗରେ ଡାଣ୍ଡିଆ ଖେଳିଛନ୍ତି ନୁସରତ ଜାହାନ । ତେବେ ଏନେଇ ମୁସଲିମ ମୌଲବୀମାନେ ତାଙ୍କୁ କଟାକ୍ଷ କରିଛନ୍ତି ।
ଏକ ମୁସଲିମ ସଙ୍ଘ ଦାବି କରିଛି, ସେ ଦୁର୍ଗାପୂଜା ପାଳନ କରି ମୁସଲିମ ସଭ୍ୟାତାକୁ ନଷ୍ଟ କରୁଛନ୍ତି । ତେଣୁ ସେ ତାଙ୍କ ନାମ ଓ ଧର୍ମକୁ ପରିବର୍ତ୍ତନ କରିବା ଆବଶ୍ୟକ । ତେବେ ଉଲ୍ଲେକଥାଉ କି, ଟିଏମସିର ଏହି ସାଂସଦ ଚଳିତ ବର୍ଷ ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ । ନୁସରତ ମୁସଲିମ ହୋଇଥିଲେ ମଧ୍ୟ ବାହାଘର ପରେ ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳ ସୁତ୍ର ପକାଉଥିବାରୁ ଏହାକୁ ମୁସଲିମ ମୌଲବୀମାନେ ବିରୋଧ କରୁଛନ୍ତି।