ETV Bharat / bharat

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି

author img

By

Published : Feb 26, 2020, 12:56 PM IST

Updated : Feb 26, 2020, 11:54 PM IST

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ରବିବାର ଠାରୁ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ବୁଧବାର 27ରେ ପହଞ୍ଚିଛି । ଅଧିକ ପଢନ୍ତୁ...

delhi violence
ଦିଲ୍ଲୀ ହିଂସା

ନୂଆଦିଲ୍ଲୀ: ସିଏଏକୁ ନେଇ ଦିଲ୍ଲୀ ହିଂସା କ୍ରମଶଃ ଶାନ୍ତ ପଡିଛି । ମାତ୍ର ହିଂସାକାଣ୍ଡରେ ହୋଇଥିବା ସଂଘର୍ଷ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗୁଛି । ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଏପର୍ଯ୍ୟନ୍ତ 27 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 200ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି ।

ଦିଲ୍ଲୀ ହିଂସାରେ ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ଦିଲ୍ଲୀ ପୋଲିସ ଶହୀଦ ହେଡ୍‌ କନେଷ୍ଟବଳ ରତନଲାଲଙ୍କ ପରିବାରକୁ 1କୋଟିର ଆର୍ଥିକ ସହାୟତା ଓ ପରିବାର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରିଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀ ହାଇକୋର୍ଟ ଉତ୍ତେଜନାମୂଳକ ବୟାନ ମାମଲାରେ ତ୍ବରିତ ପଦକ୍ଷେପ ସ୍ବରୁପ କପିଲ ମିଶ୍ରା, ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ କୋର୍ଟ ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି । ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ହିଂସାଗ୍ରସ୍ତ ଇଲାକାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପୁନଃର୍ବାର ସିଲମପୁରା ଇଲାକା ଗସ୍ତ ପରେ ସେଠାରେ ସ୍ଥିତି ପଚାରି ବୁଝିଥିଲେ ।

ସେହପିର ବୁଧବାର ସିଏଏ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଶୁଣାଣି ହୋଇଥିଲା । ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଖୁବଶୀଘ୍ର ଦିଲ୍ଲୀରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ହିଂସା ପୀଡିତ ଇଲାକା ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିବା ପାଇଁ କହିଛନ୍ତି ।

ସିଏଏକୁ ନେଇ ସୋମବାର ଠାରୁ ଉତ୍ତର ପୂର୍ବ ଦିଲ୍ଲୀ ଅଶାନ୍ତ ରହିଛି । ଅନ୍ୟପଟେ କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ପୋଲିସକୁ ନିର୍ଦେଶ ଦିଆଯାଇଛି । ଜାଫରାବ‌ାଦ, ଚାନ୍ଦବାଗ, ମୌଜପୁର, ଭଜନପାରା, ଗୋକୁଲପୁରୀ, ଖଜୁରି ଏବଂ କରୱାଲ ନଗରରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଏବେ ଅନେକ ସ୍ଥାନରେ ପୋଲିସର ପ୍ଲାଗ ମାର୍ଚ୍ଚ ଜାରି ରହିଛି ।

ସେପଟେ ଉତ୍ତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡକୁ ଆୟତ୍ତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ଦିଲ୍ଲୀରେ ଶାନ୍ତି ପାଇଁ ଅପିଲ କରିଛନ୍ତି ।

Last Updated : Feb 26, 2020, 11:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.