ETV Bharat / bharat

ରାଜସ୍ଥାନରେ 1076 କୋରୋନା ପଜିଟିଭ, ଜୟପୁର ସର୍ବାଧିକ ପ୍ରଭାବିତ - Rajasthan news

ନୂଆ 71ଟି ମାମଲାରୁ ଜୟପୁରରେ ସର୍ବାଧିକ 30ଟି ମାମଲା ସ୍ପଷ୍ଟ ହୋଇଛି । ଏହାପରେ କୋଟାରେ 27 ଓ ଯୋଧପୁରରେ 10 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନରେ 1076 କୋରୋନା ପଜିଟିଭ, ଜୟପୁର ସର୍ବାଧିକ ପ୍ରଭାବିତ

author img

By

Published : Apr 16, 2020, 9:37 AM IST

ଜୟପୁର: ରାଜସ୍ଥାନରେ 1000 ପାର କରିସାରିଛି କୋରୋନା ପଜିଟିଭ ମାମଲା । ବୁଧବାର ଆଉ ନୂଆ 71ଟି ପଜିଟିଭ କେସ ସାମନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1076ରେ ପହଞ୍ଚିଛି ।

ନୂଆ 71ଟି ମାମଲାରୁ ଜୟପୁରରେ ସର୍ବାଧିକ 30ଟି ମାମଲା ସ୍ପଷ୍ଟ ହୋଇଛି । ଏହାପରେ କୋଟାରେ 27 ଓ ଯୋଧପୁରରେ 10 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନର ପିଙ୍କ ସିଟି ଜୟପୁର ଓ ଯୋଧପୁର କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏହି 2 ସହରରେ ସର୍ବାଧିକ ପଜିଟିଭ ଅଛନ୍ତି । ଦିଲ୍ଲୀ ତବଲିଘି ସମାବେଶରୁ ଏଠାକୁ ଅଧିକ ଲୋକ ଫେରିଥିବା ଜଣାପଡିଛି ।

ସେହିପରି ଏବେ ଯାଏଁ ରାଜସ୍ଥାନରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା 3 ରହିଛି । ଏହାସହ 147 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ତେବେ ଏଠାରେ ଲୋକେ ଲକଡାଉନକୁ ଅଧିକ ଉଲ୍ଲଙ୍ଘନ କରାଯାଇଥିବା ଦେଖାଯାଇଛି । ଫଳରେ ସରକାର ପୋଲିସକୁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.