ETV Bharat / bharat

11 ଦିନରେ ଦିଲ୍ଲୀ କୋରୋନା ମାମଲା ଦ୍ୱିଗୁଣିତ: ସତ୍ୟେନ୍ଦ୍ର ଜୈନ - ଦିଲ୍ଲୀ

ବୁଧବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 5104 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ 11 ଦିନ ମଧ୍ୟରେ ରାଜ୍ୟରେ କୋରୋନା ମାମଲା ଦ୍ୱିଗୁଣିତ ହୋଇଛି।

corona
11 ଦିନ ମଧ୍ୟରେ ଦିଲ୍ଲୀ କୋରୋନା ମାମଲା ଦ୍ୱିଗୁଣିତ ହୋଇଛି
author img

By

Published : May 6, 2020, 5:09 PM IST

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 5104 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ 11 ଦିନ ମଧ୍ୟରେ ରାଜ୍ୟରେ କୋରୋନା ମାମଲା ଦ୍ୱିଗୁଣିତ ହୋଇଛି ।

ଦିଲ୍ଲୀରେ ମୋଟ 5104 କୋରୋନା ଆକ୍ରାନ୍ତ ରହିଛନ୍ତି । ସେଥିମଧ୍ୟରୁ ଗତ ମଙ୍ଗଳବାର 206 ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଗତ ମଙ୍ଗଳବାର କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ଘଟିନାହିଁ । ବର୍ତ୍ତମାନ 92 ଜଣ ଆକ୍ରାନ୍ତ ଆଇସିୟୁରେ ଅଛନ୍ତି ଏବଂ 17 ଜଣ ଆକ୍ରାନ୍ତ ଭେଣ୍ଟିଲେଟରରେ ଅଛନ୍ତି ବୋଲି ଶ୍ରୀ ଜୈନ କହିଛନ୍ତି।ଏଥିସହ ସେ କହିଛନ୍ତି 1468 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଛି। କିଛି ଦିନ ପୂର୍ବେ ଦ୍ୱିଗୁଣିତ ହାର 13 ଦିନରେ ଥିଲା ଏବଂ ବର୍ତ୍ତମାନ ଏହା 11 ଦିନରେ ଅଛି। ତେବେ ବର୍ତ୍ତମାନ ଅନେକ ପରୀକ୍ଷା ବିଚାରାଧୀନ ରିପୋର୍ଟ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ସମୟ ଥିଲା ଯେତେବେଳେ ଦ୍ୱିଗୁଣିତ ହାର 4-5 ଦିନରେ ପହଞ୍ଚିଥିଲା। ତେବେ ଏହି ହାର 20 ଦିନରେ ପହଞ୍ଚିଲେ ଆମେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିବୁ ବୋଲି ସେ କହିଛନ୍ତି । ଏଥିସହ ମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ରାଜ୍ୟରୁ ଦିଲ୍ଲୀ ଆସୁଥିବା ଲୋକଙ୍କର ଡାକ୍ତରୀ ପରୀକ୍ଷା କରି ସେମାନଙ୍କୁ ଘର କିମ୍ବା ଅନୁଷ୍ଠାନରେ କ୍ବାରେଣ୍ଟିନରେ ରଖାଯିବ।

ସହରର ମଦ ଦୋକାନଗୁଡିକରେ ଭିଡ଼ ଉପରେ ସେ କହିଛନ୍ତି, ମଦ ଦୋକାନ ବାହାରେ ସାମାଜିକ ଦୂରତା ପାଳନ କରାଯିବା ଉଚିତ୍। ସେଠାରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯଦି ଏହା ପାଳନ କରାନଯାଏ ତେବେ କଡା କାର୍ଯାନୁଷ୍ଠାନ ନିଆଯିବ । ଯଦି ଦୋକାନ ମାଲିକ ଏତିରେ ଅବହେଳା କରନ୍ତି ତେବେ ସେମାନଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ଶ୍ରୀ ଜୈନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.