ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭ ସଂଖ୍ୟା 3ଲକ୍ଷ ଟପିଛି । ଏହା ସହ ଦେଶର ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 3ଲକ୍ଷ 8ହଜାର 9ଶହ 93ରେ ପହଞ୍ଚିଛି । ଅନ୍ୟ ପକ୍ଷରେ ମୃତ୍ୟୁ ସଂଖ୍ୟା 8884ରେ ପହଞ୍ଚିଛି । ମୋଟ 1ଲକ୍ଷ 54ହଜାର 3ଶହ 30 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 45ହଜାର 7ଶହ 79 ରହିଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 49628 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5619, ଦିଲ୍ଲୀରେ 22212, ତାମିଲନାଡୁରେ 18284, ରାଜସ୍ଥାନରେ 2898, ମଧ୍ୟପ୍ରଦେଶରେ 2802, ଉତ୍ତରପ୍ରଦେଶରେ 4642, ଆନ୍ଧ୍ରପ୍ରଦେଶରେ 2495, ତେଲେଙ୍ଗାନା 2032, କର୍ଣ୍ଣାଟକରେ 2997, କେରଳରେ 1303 ଓ ଓଡିଶାରେ 1014 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3717 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1415, ମଧ୍ୟପ୍ରଦେଶରେ 440, ଦିଲ୍ଲୀରେ 1214, ଆନ୍ଧ୍ରପ୍ରଦେଶରେ 80, ତାମିଲନାଡୁରେ 367, କର୍ଣ୍ଣାଟକରେ 79 ଓ ତେଲେଙ୍ଗାନାରେ 174 ଜଣଙ୍କ ମୃତ୍ୟୁ ହୋଇଛି ।