ETV Bharat / bharat

ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା 6 ଲକ୍ଷ ପାର; 17,834 ମୃତ - COVID19

ଭାରତରେ କାୟା ବିସ୍ତାର କରୁଛି କୋରୋନା । ଜୁଲାଇ 1 ସୁଦ୍ଧା ଦେଶରେ 6 ଲକ୍ଷ ପାର କରିଛି ଏହି ସଂଖ୍ୟା । ଅଧିକ ପଢନ୍ତୁ...

ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା 6 ଲକ୍ଷ ପାର, 17834 ମୃତ

author img

By

Published : Jul 2, 2020, 10:54 AM IST

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ପ୍ରତ୍ୟେକ ଦିନ 15 ହଜାରରୁ ଉର୍ଦ୍ଧ୍ବ ସଂଖ୍ୟା ରିପୋର୍ଟ ହେଉଛି । ତେବେ ଜୁଲାଇ 1 ସୁଦ୍ଧା ଦେଶରେ 6 ଲକ୍ଷ ପାର କରିଛି ଏହି ସଂଖ୍ୟା । ଯାହା ଦେଶବାସୀଙ୍କ ପାଇଁ ବେଶ ଚିନ୍ତାର କାରଣ ପାଲଟିଛି ।

ସ୍ବାସ୍ଥ୍ୟମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 19 ହଜାର 148ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିରେ 434 ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଗୁରୁବାର ସକାଳ ସୁଦ୍ଧା ଭାରତର କୋରୋନା ସଂଖ୍ୟା 6 ଲକ୍ଷ 4 ହଜାର 641ରେ ପହଞ୍ଚିଛି । ସେହିପରି ଏଥିରେ 17 ହଜାର 834 ଜଣଙ୍କର ମୃତ୍ୟୁ ହୋଇଛି ।

ଏହି କୋରୋନା ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 59 ହଜାର 860 ଜଣ ସୁସ୍ଥ ହୋଇଥିବାବେଳେ, 2 ଲକ୍ଷ 26 ହଜାର 947ଟି ମାମଲା ସକ୍ରିୟ ରହିଛି । ଦେଶର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ବର୍ତ୍ତମାନ 1 ଲକ୍ଷ 80 ହଜାର 298ଟି ସଂକ୍ରମଣ ମାମଲା ରହିଛି । ସେଥିମଧ୍ୟରୁ 8 ହଜାର 53 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ 79 ହଜାର 75 ଜଣ ଚିକିତ୍ସାଧୀନ ଅଛନ୍ତି । ଏହାପରେ ଦ୍ବିତୀୟ ସ୍ଥାନରେ ତାମିଲନାଡୁ, ତୃତୀୟରେ ଦିଲ୍ଲୀ ଓ ଚତୁର୍ଥରେ ଗୁଜୁରାଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.