ETV Bharat / bharat

ଦିଲ୍ଲୀ ହିଂସା: 531 ମାମଲା ରୁଜୁ, 1647 ଗିରଫ - ଦିଲ୍ଲୀ ହିଂସାରେ ଗିରଫ ସଂଖ୍ୟା

ଉତ୍ତର-ପୂର୍ବ ଦିଲ୍ଲୀରେ ଫେବୃଆରୀ 24 ଓ 25ରେ ହୋଇଥିବା ହିଂସାରେ ଦିଲ୍ଲୀ ପୋଲିସ ଗିରଫ ଜାରି ରଖିଛି । ଅଧିକ ପଢନ୍ତୁ...

delhi violence
ଦିଲ୍ଲୀ ହିଂସା
author img

By

Published : Mar 5, 2020, 10:04 AM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ଫେବୃଆରୀ 24 ଓ 25ରେ ହୋଇଥିବା ହିଂସାରେ ଦିଲ୍ଲୀ ପୋଲିସ ଗିରଫ ଜାରି ରଖିଛି । ହିଂସାରେ ଜଡିତ ମୋଟ 1647 ଲୋକଙ୍କୁ ଗିରଫ କରିଥିଲା ବେଳେ ମୋଷ୍ଟ ୱାଣ୍ଟେଡ୍ ତାହିର ହୁସେନ ଏବେବି ଫେରାର ଅଛି ।

ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଦ୍ବାରା ବୁଧବାର ବିଳମ୍ବିତ ରାତିରେ ଏହି ବୟାନ ଜାରି କରାଯାଇଛି । ବୟାନ ମୁତାବିକ, ହିଂସାକୁ ନେଇ ବିଭିନ୍ନ ପୋଲିସ ଷ୍ଟେସନରେ ମୋଟ 531 ମାମଲା ରୁଜୁ କରାଯାଇଛି । ସେଥିମଧ୍ୟରୁ ଆର୍ମ ଆକ୍ଟରେ 47ଟି ମାମଲା ରୁଜୁ କରାଯାଇଛି ।

ଅନ୍ୟପକ୍ଷେ ଗୁଳ ଚଳାଇଥିବା ଶାହାରୁଖକୁ ମଙ୍ଗଳବାର ଉତ୍ତରପ୍ରଦେଶରୁ ଗିରଫ କରାଯାଇଥିବା ବେଳେ ତାହିର ହୁସେନକୁ ଖୋଜୁଛି ପୋଲିସ । ଏହାସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳ ବୁଧବାର ରାଜଧାନୀ ଦିଲ୍ଲୀରେ ହିଂସା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.