ETV Bharat / bharat

#Boycottchhapaak ଉପରେ ଭାରି ପଡିଲା #IstandwithDeepika - ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହିଂସା ପରେ ବଲିଉଡ ମସ୍ତାନୀ ମଧ୍ୟ ନିଜକୁ ଅଟକାଇ ପାରିନଥିଲେ ଓ ଛାତ୍ରଙ୍କ ସହ ଠିଆ ହେବା ପାଇଁ ପହଞ୍ଚିଥିଲେ। ମାତ୍ର ସୋସିଆଲ ମିଡିଆରେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

#Boycottchhapaak
#IstandwithDeepika ଟ୍ରେଣ୍ଡ
author img

By

Published : Jan 8, 2020, 12:08 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହିଂସା ପରେ ଦେଶରେ ସମସ୍ତ ଛାତ୍ର ସଙ୍ଗଠନ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ବଲିଉଡ ସେଲିବ୍ରିଟି ମଧ୍ୟ ଏଥିରେ ପଛରେ ନାହାଁନ୍ତି। ଅନୁରାଗ କାଶ୍ୟପ, ଦିୟା ମିର୍ଜା, ତାପସୀ ପନ୍ନୁ ସମେତ ଦୀପିକା ପାଦୁକୋନ ମଧ୍ୟ ମଙ୍ଗଳବାର ଛାତ୍ରଙ୍କ ସମର୍ଥନରେ ଜେଏନୟୁ ପହଞ୍ଚିଥିଲେ।

#Boycottchhapaak
#IstandwithDeepika ଟ୍ରେଣ୍ଡ

ଦୀପିକାଙ୍କୁ ଜେଏନୟୁ ଆସିବା କିନ୍ତୁ ଭାରି ପଡିଛି। 10 ଜାନୁଆରୀ ଦୀପିକାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଛପାକ୍’ ରିଲିଜ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି। ବିଜେପି ନେତା ତେଜିନ୍ଦରପାଲ ସିଂହ ବାଗା ଟ୍ବିଟ କରି ଦୀପିକାଙ୍କ ଫିଲ୍ମକୁ ବଏକଟ୍ କରିବା ପାଇଁ କହିଛନ୍ତି। ଟୁକଡେ ଟୁକଡେ ଗ୍ୟାଙ୍ଗ ଓ ଅଫଜଲ୍ ଗ୍ୟାଙ୍ଗ ସମର୍ଥନ କରୁଥିବା ଦୀପିକାଙ୍କ ଫିଲ୍ମକୁ ବଏକଟ୍ କରନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ‘ଛପାକ୍’କୁ ବିରୋଧ କରୁଥିବା ଲୋକଙ୍କୁ ଜବାବ୍ ଦେବା ପାଇଁ ସୋସିଆଲ ମିଡିଆରେ ଦୀପିକାଙ୍କ ସମର୍ଥନରେ ମଧ୍ୟ ଟ୍ବିଟ କରାଯାଉଛି। #Istandwith deepika ଟ୍ରେଣ୍ଡ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଅନେକ ସେଲିବ୍ରିଟି ଦୀପିକାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି।

#Boycottchhapaak
#IstandwithDeepika ଟ୍ରେଣ୍ଡ

ତେବେ ଜେଏନୟୁରେ ଦୀପିକା ପାଦୁକୋନଙ୍କ ସମତେ ପୂର୍ବ ଛାତ୍ର ସଂଘ ଅଧ୍ୟକ୍ଷ କହ୍ନେୟା କୁମାର ମଧ୍ୟ ଉପସ୍ଥିତ ଥିଲେ। କହ୍ନେୟା ଆଜାଦୀର ନାରା ଲଗାଉଥିବା ବେଳେ ଦୀପିକା କିଛି ସମୟ ରହି ବିନା କୌଣସି ଶବ୍ଦ କହି ସେଠାରୁ ଚାଲି ଆସିଥିଲେ। ଏହାପରେ ତାଙ୍କ ଫିଲ୍ମକୁ ବିରୋଧ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.