ETV Bharat / bharat

ଦିଲ୍ଲୀ ହିଂସା: ମିଳିମିଶି ରହିବାକୁ ପରାମର୍ଶ ଦେଲେ ଡୋଭାଲ

ଦିଲ୍ଲୀ ହିଂସାକୁ ନେଇ ଆକ୍ସନ ମୋଡରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ସମସ୍ତଙ୍କୁ ମିଳିମିଶି ରହିବାକୁ ପରାମର୍ଶ ଦେଇଛନ୍ତି ଅଜିତ । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା: ଆକ୍ସନରେ ଡୋଭାଲ, ମିଳିମିଶି ରହିବାକୁ ଦେଲେ ପରାମର୍ଶ

author img

By

Published : Feb 26, 2020, 7:20 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଅଶାନ୍ତିର ସ୍ଥିତି ଲାଗି ରହିଛି । ଏପରି ସ୍ଥିତିରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଉଛି । ଦେଶର ରାଜଧାନୀରେ ବିଗିଡିଥିବା ମାହୋଲକୁ ସୁଧାରିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର ।

ଦିଲ୍ଲୀ ହିଂସା: ଆକ୍ସନରେ ଡୋଭାଲ, ମିଳିମିଶି ରହିବାକୁ ଦେଲେ ପରାମର୍ଶ

ଜାତୀ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉତ୍ତରପୂର୍ବ ଦିଲ୍ଲୀର ସିଲମପୁର ଡିସିପି ଅଫିସ ଯିବା ପରେ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ସମୟରେ ଡୋଭାଲ ସ୍ଥାନୀୟ ଲୋକଙ୍କ ସହ କଥା ହେବା ସହ ସମସ୍ତଙ୍କୁ ମିଳିମିଶି ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଡୋଭାଲ କହିଛନ୍ତି ଯେ ଯେଉଁମାନେ ଦେଶକୁ ଭଲପାଆନ୍ତି, ସେମାନେ ନିଜ ସମାଜ ଓ ପଡୋଶୀଙ୍କୁ ମଧ୍ୟ ଭଲପାଇଥାନ୍ତି । ସମସ୍ତଙ୍କୁ ପ୍ରେମ ଓ ସଦ୍ଭାବନାର ସହ ରହିବାର ଆବଶ୍ୟକତା ରହିଛି । ଲୋକଙ୍କୁ ପରସ୍ପରର ସମସ୍ୟାର ସମାଧାନ କରିବା ଉଚିତ ବୋଲି ସେ ନିଜ ସନ୍ଦେଶରେ କହିଛନ୍ତି ।

ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ବର୍ତ୍ତମାନସୁଦ୍ଧା ହିଂସାରେ 24 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ହାଇକୋର୍ଟରେ ମଧ୍ୟ ହିଂସାକୁ ନେଇ ଶୁଣାଣି ହୋଇଥିବା ବେଳେ କୋର୍ଟ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସରକାରଙ୍କ ପକ୍ଷରୁ ହିଂସାଠୁ ଦୂରେଇ ରହିବା ପାଇଁ ବାରମ୍ବାର ଅପିଲ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.