ETV Bharat / bharat

ଗଲୱାନ ଘାଟିରୁ ସୈନ୍ୟ ହଟିବା ପଛରେ ଥିଲା ଡୋଭାଲଙ୍କ ହାତ !

author img

By

Published : Jul 6, 2020, 3:59 PM IST

ଗଲୱାନ ଘାଟିରୁ ଚୀନ ସୈନିକ ପ୍ରାୟ 2 କିମି ପଛକୁ ହଟିଛନ୍ତି । ଏହି ଘଟଣା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀଙ୍କ ସହ ଆଲୋଚନା କରିଥିଲେ।

ଡୋଭାଲ
ଡୋଭାଲ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି । ଗଲୱାନ ଘାଟିରୁ ଚୀନ ସୈନିକ ପ୍ରାୟ 2 କିମି ପଛକୁ ହଟିଛନ୍ତି । ତେବେ ଏହି ଘଟଣା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀଙ୍କ ସହ ଆଲୋଚନା କରିଥିଲେ। ଉଭୟଙ୍କ ଏହି ଆଲୋଚନା ରବିବାର ଭିଡିଓ କଲ ଜରିଆରେ ହୋଇଥିଲା । ଏହି ଆଲୋଚନା ସକରାତ୍ମକ ଏବଂ ଭବିଷ୍ୟତରେ ଉଠାଇବାକୁ ଥିବା ପଦକ୍ଷେପକୁ ନେଇ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଅଜିତ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ମୁଖ୍ୟ କେନ୍ଦ୍ରବିନ୍ଦୁ ଉଭୟ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଥିଲା । ଏହା ବ୍ୟତୀତ ଭବିଷ୍ୟତରେ ଏହିପରି ଘଟଣାକୁ ଏଡାଇବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ଉଭୟଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା । ଭାରତ-ଚୀନ ସୀମାବର୍ତ୍ତୀ ପାଶ୍ଚାତ୍ୟ କ୍ଷେତ୍ରର ସାମ୍ପ୍ରତିକ ବିକାଶକୁ ନେଇ ଉଭୟ ଖୋଲା ଏବଂ ଗଭୀର ମତ ଆଦାନପ୍ରଦାନ କରିଥିଲେ । ଶାନ୍ତିର ପୁନରୁଦ୍ଧାର ପାଇଁ ଏଲଏସି ଏବଂ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଆବଶ୍ୟକ ବୋଲି ଉଭୟ ନେତାଙ୍କ ମଧ୍ୟରେ ସହମତି ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ଏଲଏସିରେ ଜାରି ରହିଥିବା ଅସନ୍ତୋଷକୁ ଶୀଘ୍ର ସମାପ୍ତ କରିବା ଉଚିତ୍ ବୋଲି ଉଭୟ ନେତା ସହମତି ପ୍ରକାଶ କରିଥିଲେ । ଉଭୟ ପକ୍ଷ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର କରିବା ଉଚି୍ତ ବୋଲି ଉଭୟ ନେତା କହିଥିଲେ । ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତି ବଦଳାଇବା ପାଇଁ କୌଣସି ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ଏବଂ ଭବିଷ୍ୟତରେ ଏଭଳି କୌଣସି ଘଟଣାକୁ ଏଡାଇବା ପାଇଁ ଏକତ୍ର କାର୍ଯ୍ୟ କରିବା ଉଚିତ ଯାହା ଦ୍ବାରା ସୀମାରେ ଶାନ୍ତି ବିଘ୍ନ କରିପାରେ ବୋଲି ଉଭୟ ନେତା କହିଥିଲେ ।

ତେବେ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ ଅନୁଯାୟୀ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତିର ପୁନରୁଦ୍ଧାରକୁ ନିଶ୍ଚିତ କରିବା ପାଇଁ ଅଜିତ ଡୋଭାଲ୍ ଏବଂ ୱାଙ୍ଗ ୟି ଆଗାମି ସମୟରେ ମଧ୍ୟ ବାର୍ତ୍ତାଳାପ ଜାରି ରଖିବେ ବୋଲି କହିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.