ETV Bharat / bharat

କର୍ମଚାରୀଙ୍କ ଫେରିବା ପାଇଁ ଚାର୍ଟାର୍ଡ ବିମାନ ବନ୍ଦୋବସ୍ତ କଲେ NRI ବ୍ୟବସାୟୀ

author img

By

Published : Jun 16, 2020, 5:09 PM IST

ବ୍ୟବସାୟୀଙ୍କ ବଦାନ୍ୟତା । ରବିବାର ରାତିରେ ଏକ ଚାର୍ଟାର୍ଡ ​​ବିମାନରେ 120 ଜଣ କର୍ମଚାରୀଙ୍କୁ କେରଳ ଅଭିମୁଖେ ପଠାଇଥିଲେ, ଏହା ସହ ସେମାନଙ୍କୁ ଏକ ମାସର ଦରମା ଏବଂ ଏକ ଭଲ ବ୍ୟାଗ ଉପହାର ସ୍ବରୂପ ଦେଇଥିଲେ ଶାରଜାର ଜଣେ ବ୍ୟବସାୟୀ । ଅଧିକ ପଢନ୍ତୁ...

କର୍ମଚାରୀଙ୍କ ଫେରିବା ପାଇଁ ଚାର୍ଟାର୍ଡ ବିମାନ ବନ୍ଦୋବସ୍ତ କଲେ NRI ବ୍ୟବସାୟୀ
କର୍ମଚାରୀଙ୍କ ଫେରିବା ପାଇଁ ଚାର୍ଟାର୍ଡ ବିମାନ ବନ୍ଦୋବସ୍ତ କଲେ NRI ବ୍ୟବସାୟୀ

ଥିରୁଅନନ୍ତପୁରମ: କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ । ଏଭଳି ସ୍ଥିତିରେ ଦେଖିବାକୁ ମିଳିଛି ଜଣେ ବ୍ୟବସାୟୀଙ୍କ ବଦାନ୍ୟତା । ଶାରଜାର ଜଣେ ବ୍ୟବସାୟୀ ରବିବାର ରାତିରେ ଏକ ଚାର୍ଟାର୍ଡ ​​ବିମାନରେ 120 ଜଣ କର୍ମଚାରୀଙ୍କୁ କେରଳ ଅଭିମୁଖେ ପଠାଇଥିଲେ । ଏହା ସହ ସେମାନଙ୍କୁ ଏକ ମାସର ଦରମା ଏବଂ ଏକ ଭଲ ବ୍ୟାଗ ଉପହାର ସ୍ବରୂପ ଦେଇଥିଲେ । ଯହି ସେମାନେ ଶାରଜାକୁ ଫେରିବାକୁ ଚାହୁଁନାହାଁନ୍ତି ତେବେ କୋଏମ୍ବାଟୁରରେ ତାଙ୍କ କମ୍ପାନୀର ୟୁନିଟ୍ ପାଇଁ କାମ କରିବାର ବିକଳ୍ପ ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ଆର.ହରିକୁମାର କର୍ମଚାରୀଙ୍କ ବ୍ୟତୀତ ଏୟାର ଆରବ ଦ୍ୱାରା ପରିଚାଳିତ ଏହି ସ୍ୱତନ୍ତ୍ର ବିମାନରେ କେରଳର ଆଉ 50 ଜଣ ମଧ୍ୟ ଯାଇଥିଲେ ଯେଉଁମାନେ ଶାରଜାରେ ଚାକିରି ହରାଇ ଘରକୁ ଫେରିବାକୁ ଚାହୁଁଥିଲେ । ଏହା ସହ ହରିକୁମାର କହିଛନ୍ତି, ‘ମୋ ସହିତ ଛିଡା ହୋଇଥିବା ମୋ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ମୋର କର୍ତ୍ତବ୍ୟ’। ସେ 20 ବର୍ଷ ପୂର୍ବେ ଚାକିରି ଖୋଜିବାରେ କେରଳର ଆଲାପୁଜା ଠାରୁ ସାଉଦି ଆରବକୁ ଆସିଥିଲେ । ଏବଂ ଶେଷରେ ଏକ ସଫଳ ବ୍ୟବସାୟୀ ବନିଯାଇଥିଲେ ।

ସେ ତାଙ୍କ କମ୍ପାନୀରେ ପ୍ରାୟ 1200 ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଏକ ଭଲ ବ୍ୟବସାୟ ସଂସ୍ଥା ଏକ ପରିବାର ପରି । ଯଦି କର୍ମଚାରୀମାନେ ଅସୁବିଧାରେ ପଡ଼ନ୍ତି ତେବେ ସେମାନଙ୍କର ଯତ୍ନ ନେବା ସଂସ୍ଥାର କର୍ତ୍ତବ୍ୟ ବୋଲି ସେ କହିଛନ୍ତି । କୋଭିଡ -19 ପ୍ରତିବନ୍ଧକ ଯୋଗୁଁ ଦେଶରେ ଫସି ରହିଥିବା ଭାରତୀୟଙ୍କୁ ସେ ଘରକୁ ଫେରିବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.