ETV Bharat / bharat

NPR ଅଭିମୁଖେ ସରକାର, ଆଗାମୀ ସପ୍ତାହ ଲାଗିପାରେ ମୋହର

author img

By

Published : Dec 21, 2019, 7:29 PM IST

ନାଗରିକତା ସଂଶୋଧନ ଆଇନ ପରେ ନାଗରିକ ପଞ୍ଜିକା ଉପରେ ଆସନ୍ତା ସପ୍ତାହରେ ଲାଗିପାରେ କ୍ୟାବିନେଟ ମୋହର । କୋଲକାତା, କେରଳରେ NPR ଉପରେ ରୋକ।

NPR
ଫାଇଲ ଫଟୋ

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଚାଲିଥିବା ବିରୋଧ ମଧ୍ୟରେ ମୋଦି ସରକାର ନାଗରିକ ପଞ୍ଜିକା ଆଡକୁ ପାଦ ବଢାଉଛନ୍ତି। ଆସନ୍ତା ମଙ୍ଗଳବାର ହେବାକୁ ଯାଉଥିବା କ୍ୟାବିନେଟ ବୈଠକରେ ନାଗରିକ ପଞ୍ଜିକା ଓ ଜନ ଗଣନାକୁ ମଞ୍ଜୁରୀ ମିଳିପାରେ ବୋଲି ଜଣାପଡିଛି।

ନାଗରିକ ପଞ୍ଜିକା ଓ ଜନଗଣନା ପାଇଁ ଗୃହ ମନ୍ତ୍ରଣାଳୟ 3941 କୋଟି ଟଙ୍କା ଅର୍ଥ ବରାଦ କରିଛି। ସାଧାରଣ ନାଗରିକଙ୍କ ଚିହ୍ନଟ ପ୍ରକ୍ରିୟାର ଡାଟା ପ୍ରସ୍ତୁତ କରିବା ନାଗରିକ ପଞ୍ଜିକାର ଉଦ୍ଦେଶ୍ୟ। ଏହି ଡାଟାରେ ଜନସଂଖ୍ୟା ସହ ବାୟୋମେଟ୍ରିକ ସୂଚନା ମିଳିବ।

ବର୍ତ୍ତମାନ CAA ଓ NRC ଉପରେ ଚାଲିଥିବା ବିରୋଧରେ ସବୁଠୁ ଆଗରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନାଗରିକତା ସଂଶୋଧନ ଆଇନକୁ ନେଇ ମୋଦି ସରକାରଙ୍କ ବିରୁଦ୍ଧରେ ସ୍ବର ଉଠାଇଥିବା ମମତା ବାନାର୍ଜୀଙ୍କ ସରକାର ପଶ୍ଚିମବଙ୍ଗରେ ଏନପିଆରକୁ ନେଇ ଚାଲିଥିବା କାର୍ଯ୍ୟ ଉପରେ ରୋକ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ କେରଳର ବାମଦଳ ସରକାର ମଧ୍ୟ ଏନପିଆର ସହ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଆଦେଶ ଦେଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.