ନୂଆଦିଲ୍ଲୀ : ବିନା ଆଡ୍ରେସ ପ୍ରୁଫରେ ଏବେ ପରିବର୍ତ୍ତନ କରନ୍ତୁ ନିଜର ଆଧାର କାର୍ଡ ଠିକଣା । ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପରେ ଠିକଣା ବଦଳାଇବା କଷ୍ଟକର ହୋଇଥାଏ । ହେଲେ ଆଉ ଆପଣଙ୍କୁ କଷ୍ଟ କରିବା ପାଇଁ ପଡିବା ନାହିଁ। ଘରେ ବସି ଚୁଟକିରେ ବଦଳାଇ ପାରିବେ ଠିକଣା । ୟୁଆଇଡିଏଆଇ ଏବେ ଭାଲିଡେସନ ଲେଟରକୁ ପ୍ରୟୋଗ କରିବା ପାଇଁ ଅନୁମତି ଦେଇସାରିଛି । ଏହା ଆପଣଙ୍କୁ ଠିକଣା ବଦଳାଇବା ପାଇଁ ସାହାଯ୍ୟ କରିବ ।
ଘରେ ବସି 3ଟି ପଦ୍ଧତିରେ ଆପଣ ଏମିତି ବଦଳାଇ ପାରିବେ ଠିକଣା ।
ଷ୍ଟେପ- 1
ପ୍ରଥମେ ଆପଣଙ୍କୁ ଆଧାର ସେଲ୍ଫ ସର୍ଭିସ ଅପଡେଟ ପୋର୍ଟାଲ ଯାଇ ଆଡ୍ରେସ ଭାଲିଡେସନ ପାଇଁ ରିକ୍ବେଷ୍ଟ କରିବା ପାଇଁ ପଡିବ । ଏହାପରେ ଆଡ୍ରେସ ସ୍ଥାନରେ ସିକ୍ରେଟ କୋଡ ଲେଖି ପଠାଇ ଦିଅନ୍ତୁ ।
ଷ୍ଟେପ -2
ଏହି ଲେଟର ମିଳିବା ପରେ UIDAI ପୋର୍ଟାଲ ଯାଇ ଆପଣଙ୍କୁ ଆପଣଙ୍କ ଆଧାର ଆକାଉଣ୍ଟରେ ଲଗଇନ କରିବା ପାଇଁ ପଡିବ ।
ଷ୍ଟେପ -3
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଏଥିରେ ଅପଲୋଡ କରନ୍ତୁ । ଏହାପରେ ଆପଣଙ୍କ ଆଡ୍ରେସ ଅପଡେଟ କରନ୍ତୁ ।