ETV Bharat / bharat

ଖାଇବା ତେଲରେ ଗଡିବ କାର୍‌ - ଖାଇବା ତେଲରେ ଗଡିବ କାର

ଖାଇବା ତେଲରେ ଗଡିବ କାର । ଏଥିପାଇଁ କେନ୍ଦ୍ର ସରକାର କରିଛନ୍ତି ଏକ ନୂଆ ଯୋଜନା । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବ୍ୟବହୃତ ତେଲ ସଂଗ୍ରହ କରିବାକୁ ଏକ ମୋବାଇଲ ଆପ ଲଞ୍ଚ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 11, 2019, 3:12 PM IST

ନୂଆଦିଲ୍ଲୀ: ରୋଷେଇ ହୋଇ ସାରିଥିବା ତେଲରେ ଗଡିବ ଆପଣଙ୍କ କାର । ଏବେ ବ୍ୟବହାର ହୋଇସାରିଥିବା ରନ୍ଧା ତେଲକୁ ଆଉ ଥରେ ବ୍ୟବହାର ଯୋଗ୍ୟ ହୋଇପାରିବ । ଆଜ୍ଞା ହଁ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରୋଷେଇରେ ଥରେ ବ୍ୟବହାର ହୋଇସାରିଥିବା ତେଲ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥିବାରୁ ଏହାକୁ ବାୟୋ ଡିଜେଲ ଭାବରେ ବ୍ୟବାହାର କରି ହେବ । ଏଥିପାଇଁ କେନ୍ଦ୍ର ସରକାର କରିଛନ୍ତି ଏକ ନୂଆ ଯୋଜନା ।

ଏଥିପାଇଁ ସରକାରୀ ଅଏଲ ମାର୍କେଟିଂ କମ୍ପାନୀ( HPCL, BPCL, IOC) ଏବେ ବ୍ୟବହାର ହୋଇସାରିଥିବା ତେଲରୁ ତିଆରି ବାୟୋ ଡିଜେଲ କିଣିବା ପାଇଁ ପ୍ରସ୍ତୁତ । ଏଥିପାଇଁ କିଛି ବଡ ବଡ ସହରରୁ ତେଲ କମ୍ପାନୀ ଗୁଡିକ ବାୟୋ ଡିଜେଲ କିଣିବା ପାଇଁ ଅଗଷ୍ଟ 10(ବାୟୋ ଫୁଏଲ ଡେ) ରୁ ଏକ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ।

car runs in edible oil
ପ୍ରତିକାତ୍ମକ ଫଟୋ

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବ୍ୟବହୃତ ତେଲ ସଂଗ୍ରହ କରିବାକୁ ଏକ ମୋବାଇଲ ଆପ ଲଞ୍ଚ ହୋଇଛି । ହୋଟେଲ ଓ ରେସ୍ତୋରାଁ ଗୁଡିକ ଏକ ଏମିତି ସେକ୍ଟର ଖୋଲିବେ, ଯେଉଁଠି ଲେଖା ହୋଇଥିବ ବାୟୋ ଡିଜେଲ ତିଆରି ପାଇଁ ଦରକାର ହେଉଥିବା କୁକିଂ ଅଏଲ ଏଠାରେ ସପ୍ଲାଏ କରାଯାଏ । ଏମିତି ଭାବରେ ପ୍ରଥମେ ତେଲ ସଂଗ୍ରହ କରାଯିବ ।

ଏହାସହ ପ୍ରଥମେ ଅଏଲ ମାର୍କେଟିଂ କମ୍ପାନୀ ବାୟୋ ଡିଜେଲ ପ୍ଲାଣ୍ଟ କରିବାକୁ ଇଚ୍ଛୁକ ଥିବା ପ୍ରାଇଭେଟ କମ୍ପାନୀଠୁ ନିଲାମ ନେବେ । ଏହାପରେ ଏହି କମ୍ପାନୀ ଗୁଡିକ ବାୟୋ ଡିଜେଲ ପ୍ରତି ଲିଟର 51 ଟଙ୍କାରେ କିଣିବେ ବୋଲି ଧାର୍ଯ୍ୟ କରାଯାଇଛି । ସେହିପରି ଦ୍ବିତୀୟ ବର୍ଷ ଏହାକୁ ବଢାଇ 52.7 ଓ ତୃତୀୟ ବର୍ଷ 54.5 ଟଙ୍କା ପ୍ରତି ଲିଟର କରାଯାଇଛି । ଦିନକୁ ଦିନକୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାବେଳେ ବାୟୋ ଡିଜେଲ ଗ୍ରାହକଙ୍କୁ ସାଧାରଣରେ ଆଶ୍ବସ୍ତି ଦେବ ବୋଲି ଆଶା କରାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.