ETV Bharat / bharat

ରାମଜନ୍ମଭୂମିକୁ ନେଇ ଆମରଣ ଅନଶନରେ ବୌଦ୍ଧ ଭିକ୍ଷୁକ

author img

By

Published : Jul 14, 2020, 5:40 PM IST

ଅଯୋଧ୍ୟାକୁ ପରିସରରେ ସାକେତର ପ୍ରାଚୀନ ସହର କହି ଦାବି କରିଛନ୍େତି ବୌଦ୍ଧ ଧର୍ମାବଲମ୍ବୀମାନେ । ଏହାବାଦ ସେମାନେ ରାମ ମନ୍ଦିର ଖନନ ସମୟରେ ବାହାରୁଥିବା ପ୍ରତିମାକୁ ବୌଦ୍ଧ ଧର୍ମ କହିବା ସହ ଏହାକ ସଂରକ୍ଷିତ ରଖିବାକୁ ଦାବି କରାଯାଇଛି । ଅଧିକ ପଢନ୍ତୁ...

ରାମଜନ୍ମଭୂମି ଉପରେ ବୌଦ୍ଧଧର୍ମର ଦାବି, ଦୁଇ ବୌଦ୍ଧ ଭିକ୍ଷୁଙ୍କ ଆମରଣ ଅନଶନ

ଲକ୍ଷ୍ନୌ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭଗବାନ ଶ୍ରରାମଙ୍କୁ ନେପାଳୀ କହିବାର ଦିନକ ପରେ ପୁଣି ରାମ ଜନ୍ମଭୂମିକୁ ନେଇ ବିବାଦ ଦେଖାଦେଇଛି । ବୌଦ୍ଧ ଧର୍ମାବଲମ୍ବୀମାନେ ବର୍ତ୍ତମାନ ରାମ ଜନ୍ମଭୂମିକୁ ନେଇ ନିଜର ଦାବି ରଖିଛନ୍ତି। ବିହାର ପୂର୍ବ ଚମ୍ପାରନ ଜିଲ୍ଲାର 2 ଜଣ ବୌଦ୍ଧ ଭିକ୍ଷୁକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଅନଶନରେ ବସିଥିବା ଆଜାଦ ବୌଦ୍ଧ ଧମ୍ମ ସେନା ମୁଖ୍ୟ ସେନାନାୟକ ଭାନ୍ତେୟ ବୁଦ୍ଧ ଶରଣ କେସରିୟା କହିଛନ୍ତି ଯେ, ରାମ ଜନ୍ମଭୂମିରେ ମିଳିଥିବା ପୁରୁଣା ଅବଶିଷ୍ଟାଂଶ ଅଯୋଧ୍ୟା ପ୍ରାଚୀନ ବୌଦ୍ଧ ସହର ସାକେତ ହେବାର ପ୍ରମାଣ ଅଟେ । ସେ ୟୁନେସ୍କୋର ସୁରକ୍ଷା ଅନ୍ତର୍ଗତ ରାମ ଜନ୍ମଭୂମି ପରିସର ଖନନ ପାଇଁ ଦାବି କରିଛନ୍ତି।

ସୂଚନା ମୁତାବକ, ଶ୍ରୀରାମ ଜନ୍ମଭୂମି ପରିସରରେ ଲେଭେଲିଂ ସମୟରେ ପ୍ରାଚୀନ ପ୍ରତିମୂର୍ତ୍ତି ଏବଂ ପ୍ରତୀକକୁ ନେଇ ବିବାଦ ଆରମ୍ଭ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ବୌଦ୍ଧ ସଂସ୍କୃତିର ଅବଶିଷ୍ଟାଂଶ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଅଲ ଇଣ୍ଡିଆ ଆଜାଦ ବୌଦ୍ଧ ଧମ୍ମ ସେନା ରାମ ଜନ୍ମଭୂମି ଖନନରୁ ମିଳିଥିବା ପ୍ରତିମୂର୍ତ୍ତି ସଂରକ୍ଷଣ କରିବାକୁ ଦାବି କରିଛି। ସଂଗଠନ ବିଶ୍ବାସ କରେ ଯେ, ଅଯୋଧ୍ୟା ପରିସରରେ ମିଳିଥିବା ପ୍ରତୀକଗୁଡ଼ିକ ହେଉଛି ବୌଦ୍ଧ ଧର୍ମର । ଏହି ଦାବିରେ ଦୁଇ ଜଣ ବୌଦ୍ଧ ଧର୍ମାବଲମ୍ବୀ ଅନଶନ ଆରମ୍ଭ କରିଛନ୍ତି।

ଭାନ୍ତେୟ ବୁଦ୍ଧ ଶରଣ କେସରିୟା କହିଛନ୍ତି ଯେ, ସାକେତ ନଗର କୋଶଳ ନରେଶ ରାଜା ପ୍ରସନ୍ନଜିତଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ୟୁନେସ୍କୋର ସୁରକ୍ଷା ଅନ୍ତର୍ଗତ ରାମଜନ୍ମଭୂମି ଖନନ ପାଇଁ ଧମ୍ମ ସେନା ଦାବି କରିଛି। ସେ ଆହୁରି କହିଛନ୍ତିଯେ, ରାମ ମନ୍ଦିର ନିର୍ମାଣକୁ ସଂଗଠନ ବିରୋଧ କରୁନାହିଁ। ବୌଦ୍ଧ ସଂସ୍କୃତିର ଅବଶିଷ୍ଟାଂଶ ସଂରକ୍ଷଣ କରିବାକୁ ଏହି ଦାବି କରିଛି । ବୌଦ୍ଧଧର୍ମୀମାନେ ବିଶ୍ୱାସ କରନ୍ତି ଯେ, ରାମ ନଗରୀ ହେଉଛି ସାକେତର ପ୍ରାଚୀନ ସହର । ଯାହାକୁ ବୁଦ୍ଧ ନଗରୀ ଭାବରେ ବିବେଚନା କରାଯାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.