ETV Bharat / bharat

ଜୟ ଶ୍ରୀରାମ ପୋଷ୍ଟକାର୍ଡ ପରେ ଏବେ ଦିଦିଙ୍କୁ get well soon କାର୍ଡ - jai shri ram

ଜୟ ଶ୍ରୀରାମ ନାରା ପରେ ଏବେ ଦୁଇ ଦଳର ଅଫିସକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଛି । ଉତ୍ତର 24 ପ୍ରଗଣା ଜିଲ୍ଲାରେ ବିଜେପି ଅଫିସରେ ପହଞ୍ଚି ଅଫିସ ତାଲା ଭାଙ୍ଗିଲେ ଦିଦି । ସେପଟେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମମତା ବାନାର୍ଜୀଙ୍କୁ get well soon ଲେଖି ପଠାଇବାକୁ ସ୍ଥିର କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 3, 2019, 2:21 PM IST

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନ ସରିବା ପରେ ବି ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଥମିବାର ନା ନେଉନି । ଜୟ ଶ୍ରୀରାମ ନାରା ପରେ ଏବେ ଦୁଇ ଦଳର ଅଫିସକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଛି । ସେପଟେ ବିଜେପି 10 ଲକ୍ଷ ପତ୍ରରେ ଜୟ ଶ୍ରୀରାମ ଲେଖି ପଠାଇବାକୁ ସ୍ଥିର କରିଥିବାବେଳେ ଏବେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମମତା ବାନାର୍ଜୀଙ୍କୁ get well soon ଲେଖି ପଠାଇବାକୁ ସ୍ଥିର କରିଛନ୍ତି ।

ଉତ୍ତର 24 ପ୍ରଗଣା ଜିଲ୍ଲାରେ ମମତା ବାନାର୍ଜୀ ନିଜେ ବିଜେପି ଅଫିସରେ ପହଞ୍ଚି ଅଫିସ ତାଲା ଭାଙ୍ଗି ଏହାକୁ ଟିଏମସିର କାର୍ଯ୍ୟାଳୟ ବୋଲି ଦାବି କରିଛନ୍ତି । ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରୁଥିଲେ ସେହି ସମୟରେ ଧାରଣାରେ ବସିଥିଲେ ଦିଦି । ସେହି ସମୟରେ ନୌହାଟୀରେ ଦିଦି ରାଲିକୁ ସମ୍ବୋଧନ କରିବା ପରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । କାର୍ଯ୍ୟାଳୟ କାନ୍ଥରେ ଥିବା ପଦ୍ମ ଚିହ୍ନ ଉପରେ ମମତା ବାନାର୍ଜୀ ଟିଏମସି ଲୋଗ କରିଥିଲେ । ଦିନ ପୁଣି ଅଫିସ କାନ୍ଥରେ ଥିବା ପଦ୍ମଚିହ୍ନକୁ ଲିଭାଇ ଟିଏମସିର ଲୋଗୋ କରିଥିଲେ ।

ସେପଟେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଦିଦିଙ୍କ ସହ ବିଜେପି କର୍ମୀଙ୍କର ଚାଲିଛି ଜୋରଦାର ଲଢେଇ । ଜୟ ଶ୍ରୀରାମ ନାରା ଶୁଣିଲା ମାତ୍ରେ ରାଗରେ ଜଳୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ କହିବାନୁଯାୟୀ, ମମତା ଜଣେ ଅନୁଭବୀ ନେତ୍ରୀ । କିନ୍ତୁ ତାଙ୍କ ବ୍ୟବହାର ପୁରା ଅଜବ । ସେ ଯେଉଁ ପଦରେ ଅଛନ୍ତି ତାହା ପ୍ରତି ତାଙ୍କର ସମ୍ମାନ ନାହିଁ । ତାଙ୍କୁ କିଛିଦିନ ପାଇଁ ଆରାମ କରିବା ଦରକାର । ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କର ସବୁବେଳେ ମିମି ଦେଖିବାକୁ ମିଳୁଛି । ଯାହା କାହା ପାଇଁ ମଧ୍ୟ ଭଲ ନୁହେଁ । ମୋ ଲୋକସଭା କ୍ଷେତ୍ର ଆସନସୋଲରୁ ଆମେ ତାଙ୍କୁ get well soon କାର୍ଡ ପଠାଇବାକୁ ସ୍ଥିର କରିଛୁ ବୋଲି କହିଛନ୍ତି ବାବୁଲ ସୁପ୍ରିୟୋ ।

Intro:Body:

dfdddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.