ETV Bharat / bharat

ପୋଷା କୁକୁର ପାଇଁ ଲୁଟେରାକୁ ଚିଠି ଲେଖିଲେ ମାଲିକ

ପୋଷା ପଶୁଙ୍କ ପ୍ରେମରେ ଅନେକ ଲୋକ । ପରିବାର ସଦସ୍ୟ ଭଳି ସେମାନଙ୍କୁ ମଧ୍ୟ ଘରେ ଦିଆଯାଏ ସମାନ ଅଧିକାର । ଠିକ ସେହିଭଳି ଘଟଣା ଘଟଛି କାନାଡାରେ । ଜଣେ ବ୍ୟକ୍ତି ପୋଷା କୁକୁର ଫଟୋ ପାଇଁ ଲୁଟେରାକୁ ଲେଖିଛନ୍ତି ଚିଠି ।

author img

By

Published : Jun 4, 2019, 3:33 PM IST

ଭାଇରାଲ ଫଟୋ

ଇଟାୱା: ମୃତ ପୋଷା କୁକୁର ଫଟୋ ପାଇଁ ଲୁଟେରାକୁ ଚିଠି ଲେଖିଲେ ମାଲିକ । ଏକଥା ଆପଣଙ୍କୁ ଟିକିଏ ଅଡୁଆ ନିଶ୍ଚୟ ଲାଗୁଥିବ । ହେଲେ କଥାଟି ସମ୍ପୂର୍ଣ୍ଣ ସତ । କାନାଡାରେ ଦେଖିବାକୁ ମିଳିଛି ଏହି ଘଟଣା ।

କାନାଡର ଜଣେ ବ୍ୟକ୍ତିଙ୍କ କ୍ୟାମେରା କିଛି ଦିନ ତଳେ ଚୋରି ହୋଇଯାଇଥିଲା । କ୍ୟାମେରାରେ ଥିଲା ପ୍ରିୟ ପୋଷା କୁକୁରର ଶେଷ ଫଟୋ । କିନ୍ତୁ ସେ କ୍ୟାମେରାଟି ଚୋରି ହୋଇଯାଇଥିଲା । ଆଉ ମାଲିକଙ୍କୁ ମିଳିନଥିଲା ।

ଶେଷରେ ସେ ଆଉ କିଛି ଉପାୟ ନପାଇ ରାସ୍ତାରେ ପୋଷ୍ଟର ଲଗାଇଥିଲେ । ଯେଉଁଥିରେ ଲେଖାଥିଲା, ଯିଏ ବି ମୋ ଘରେ ପଶି ଚୋରି କରିଛି ସେ ଟଙ୍କା ସହ ଅନ୍ୟ ଜିନିଷ ଯାହା ରଖିବା କଥା ରଖ । କିନ୍ତୁ କ୍ୟାମେରାର ମେମୋରି କାର୍ଡ ଫେରାଇ ଦିଅ । କାହିଁନା ମୋ ପୋଷା କୁକୁରକୁ ମୁଁ କିଛି ଦିନ ତଳୁ ହରାଇ ସାରିଛି । କିନ୍ତୁ ତାର ଶେଷ ଦିନର ଫଟୋ ହରାଇବା ପାଇଁ ଚାହୁଁ ନାହିଁ । ବର୍ତ୍ତମାନ ଏହି ଘଟଣା ଏବଂ ରାସ୍ତାରେ ଲାଗିଥିବା ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Intro:Body:

fd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.