ETV Bharat / bharat

ବିଶ୍ବର କୌଣସି ଶକ୍ତି ଭାରତଠୁ ଇଞ୍ଚେ ଜମି ନେଇପାରିବ ନାହିଁ: ରାଜନାଥ ସିଂହ

ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି କିନ୍ତୁ ଏହାର ସମାଧାନ ହୋଇପାରିବ ବୋଲି ମୁଁ ଗ୍ୟାରେଣ୍ଟି ଦେଇ ପାରିବି ନାହିଁ। କିନ୍ତୁ ମୁଁ ନିଶ୍ଚିତ କରିପାରେ ଯେ ଆମ ଜମିର ଏକ ଇଞ୍ଚ ମଧ୍ୟ ବିଶ୍ବର କୌଣସି ଶକ୍ତି ନେଇପାରିବ ନାହିଁ ବୋଲି ରାଜନାଥ ସିଂହ କହିଛନ୍ତି ।

ରାଜନାଥ ସିଂହ
ରାଜନାଥ ସିଂହ
author img

By

Published : Jul 17, 2020, 2:23 PM IST

Updated : Jul 17, 2020, 5:40 PM IST

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନକୁ କଡା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ । ଏହା ସହିତ ଭାରତର ଏକ ଇଞ୍ଚ ଜମି ବି କେହି ନେଇପାରିବ ନାହିଁ ବୋଲି ଆଶ୍ବାସନା ଦେଇଛନ୍ତି ସେ । ଲଦାଖର ଲୁକୁଙ୍ଗରେ ଭାରତୀୟ ସେନା ଏବଂ ଆଇଟିବିପି କର୍ମଚାରୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ରାଜନାଥ ସିଂହ ।

ରାଜନାଥ ସିଂହ
ରାଜନାଥ ସିଂହ

ଭାରତ-ଚୀନ ସୀମା ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର କହିଛନ୍ତି, ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି କିନ୍ତୁ ଏହାର ସମାଧାନ ହୋଇପାରିବ ବୋଲି ମୁଁ ଗ୍ୟାରେଣ୍ଟି ଦେଇ ପାରିବି ନାହିଁ। କିନ୍ତୁ ମୁଁ ନିଶ୍ଚିତ କରିପାରେ ଯେ ଆମ ଜମିର ଏକ ଇଞ୍ଚ ମଧ୍ୟ ବିଶ୍ବର କୌଣସି ଶକ୍ତି ନେଇପାରିବ ନାହିଁ ।

ବିବାଦର କୂଟନୈତିକ ସମାଧାନ ଖୋଜିବାକୁ ଗୁରୁତ୍ୱ ଦେଇ ସେ ଆହୁରି କହିଛନ୍ତି, ‘ ଯଦି ଆଲୋଚନା ଦ୍ୱାରା ସମାଧାନ ମିଳିପାରିବ, ତାହାଲେ ଏହାଠାରୁ ଭଲ ଆଉ କିଛି ହେବନାହିଁ । ଭାରତୀୟ ସୀମାର ରକ୍ଷା କରି ଆମର ଯବାନ ବଳିଦାନ ଦେଇଛନ୍ତି । ସେମାନଙ୍କୁ ମୁଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶ ଏହି ବୀର ଯବାନଙ୍କୁ ହରାଇଥିବାରୁ ମୁଁ ବହୁତ ଦୁଃଖିତ । ’

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। । ସେ ଉଭୟ ପ୍ରକୃତ ନିୟନ୍ତ୍ରଣ ରେଖା ଏବଂ ନିୟନ୍ତ୍ରଣ ରେଖାରେ ପରିସ୍ଥିତିର ଅନୁଧ୍ୟାନ କରିବେ । ତେବେ ପ୍ରକୃତ ନିୟନ୍ତ୍ରଣ ରେଖାରେ ସେ ସେନା ଏବଂ ପାରାମିଲିଟାରୀ ସୈନ୍ୟଙ୍କ ବ୍ୟତୀତ ସିଡିଏସ ଜେନେରାଲ୍ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ୍ ନରୱଣେଙ୍କ ସହ ଆଲୋଚନା କରିଛନ୍ତି ।

ପାକିସ୍ତାନ ଲଗାତାର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାବେଳେ ଚୀନ୍ ନିକଟ ଅତୀତରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ଅଞ୍ଚଳରେ ପ୍ରବେଶ କରି ଭାରତ ସହ ତିକ୍ତତା ବଢାଇଦେଇଛି । ଜୁନ୍ 15ରେ ଗଲୱାନ୍ ଉପତ୍ୟକାରେ ଚୀନ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ଏହା ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 17, 2020, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.