ETV Bharat / bharat

କୁହୁଡି ବଳୟରେ ରାଜଧାନୀ ଦିଲ୍ଲୀ, ବିଳମ୍ବରେ 17 ଟ୍ରେନ

କୁହୁଡି କବଳରେ ରାଜଧାନୀ ଦିଲ୍ଲୀ । ପ୍ରବଳ ଥଣ୍ଡାରେ ଥରୁଛି ଦିଲ୍ଲୀ । ଅଧିକ ପଢନ୍ତୁ...

author img

By

Published : Jan 28, 2021, 11:03 AM IST

କହୁଡି କବଳରେ ରାଜଧାନୀ ଦିଲ୍ଲୀ
କହୁଡି କବଳରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ପୁଣି କୁହୁଡି ବଳୟରେ ରାଜଧାନୀ ଦିଲ୍ଲୀ । ଗୁରୁବାର ସକାଳୁ ପୁଣି ଦିଲ୍ଲୀରେ ପ୍ରବଳ କୁହୁଡି ପ୍ରବାହ ସହିତ ପ୍ରବଳ ଥଣ୍ତା ଅନୁଭୂତ ହୋଇଛି ।

ଦିଲ୍ଲୀ ସମେତ ଏନସିଆରର ଅନେକ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡାରେ ଥରୁଛି ଦିଲ୍ଲୀ । କୁହୁ଼ଡିର ମାତ୍ରା ଅଧିକ ଥିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ପ୍ରାୟ 100ମିଟର ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ । ଦିନ 11ଟା ପୂର୍ବରୁ ଘରୁ ବାହାରିବା ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇ ପଡିଛି । ରାଜଧାନୀ ଦିଲ୍ଲୀରେ ପ୍ରବଳ କୁହୁଡି ପ୍ରବାହ ଦିଲ୍ଲୀ ପ୍ରଦୂଷଣକୁ ଆହୁରି ବୃଦ୍ଧି କରିଛି ।

ଗୁରୁବାର ସକାଳେ ଦିଲ୍ଲୀର ତାପମାତ୍ରା 5.4ଡିଗ୍ରୀ ସେଲସିୟସ ରେକର୍ଡ ହେବା ସହିତ ଏହା 4ଡିଗ୍ରୀକୁ ଖସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ଦୁଇରୁ ତିନିଦିନ ପର୍ଯ୍ୟନ୍ତ ଏହିପରି ଥଣ୍ଡା ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ । ଦିଲ୍ଲୀରେ କୁହୁଡି ପ୍ରବାହ ଦୃଶ୍ୟମାନତାରେ ଅସୁବିଧା ହୋଇଛି ଫଳରେ 17ଟି ଟ୍ରେନ ବିଳମ୍ବରେ ଯାତାୟତ କରିଛି । ପାଣିପାଗ ବିଭାଗ କହିଛି ଯେ ସପ୍ତାହ ଶେଷ ସୁଦ୍ଧା ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳ ସର୍ବନିମ୍ନ ତାପମାତ୍ରା ଆହୁରି କମିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.