ETV Bharat / bharat

ମଣିପୁର ଯୁବତୀଙ୍କୁ ‘କୋରୋନା’ ଡାକିବା ସହ ଛେପ ପକାଇ ଫେରାର ଯୁବକ, ମାମଲା ରୁଜୁ - କରୋନା ଭାଇରସ୍ ନ୍ୟୁଜ

କୋରୋନାକୁ ଭୟରେ ହିତାହୀତ ଜ୍ଞାନ ହରାଉଛି ମଣିଷ । ଏଭଳି ସ୍ଥିତିରେ ଜଣେ ଯୁବକ ମଣିପୁରର ଜଣେ ଯୁବତୀଙ୍କ ଉପରେ ଛେପ ପକାଇବା ସହ ‘କୋରୋନା’ ଡାକି ଫେରାର ହୋଇଯାଇଛି । ଅଧିକ ପଢନ୍ତୁ...

coronavirus panic
ମଣିପୁର ଯୁବତୀଙ୍କ ଉପରେ ଛେପ ପକାଇ ଫେରାର ଯୁବକ
author img

By

Published : Mar 24, 2020, 10:09 AM IST

ନୂଆଦିଲ୍ଲୀ: କୋରୋନା ଭୟରେ ମାନବିକତା ହରାଉଛି ମଣିଷ । ସାରା ଦେଶ କୋଭିଡ-19କୁ ଭୟଭୀତ ଥିବାବେଳେ, ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ମଣିପୁରର ଜଣେ ଯୁବତୀଙ୍କ ଉପରେ ଛେପ ପକାଇବା ସହ ‘କୋରୋନା’ କହି ଘଟଣାସ୍ଥଳରୁ ଫେରାର ଯୁବକ । ଯାହାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଭଳି ଏକ ଘୃଣ୍ୟ ଓ ଲଜ୍ଜାକର ଘଟଣା ଉତ୍ତର-ପଶ୍ଚିମ ଦିଲ୍ଲୀରେ ଦେଖିବାକୁ ମିଳିଛି ।

coronavirus panic
ମଣିପୁର ଯୁବତୀଙ୍କ ଉପରେ ଛେପ ପକାଇ ଫେରାର ଯୁବକ

ଆମ ଦେଶର ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କୁ ଚୀନ ସହ ତୁଳନା କରାଯାଉଥିବାର ନଜର ରହିଛି । ଏପରିକି ସେମାନେ ବିଭିନ୍ନ ସମୟରେ ଜାତିଭେଦର ଶିକାର ହୋଇଥାନ୍ତି । ତେବେ କୋରୋନାର ଉତ୍ପତ୍ତି ସ୍ଥଳୀ ଚୀନ ହୋଇଥିବାବେଳେ, ଯୁବକ ଜଣକ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । ଏନେଇ ଏକ ଟ୍ବିଟର ୟୁଜର ପିଡୀତାଙ୍କ ମୁହଁ ଲୁଚାଇ ଟି-ସାର୍ଟରେ ପଡିଥିବା ଛେପ ଫଟୋକୁ ସେୟାର କରି ଅଭିଯୋଗ କରିଥିଲେ । ଯାହାକୁ ସମସ୍ତେ ସମାଲୋଚନା କରିଥିଲେ ।

ସେପଟେ ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିନ୍ଦା କରିବା ସହ ଅଭିଯୁକ୍ତ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ, ଡେପୁଟି ପୋଲିସ କମିଶନର ଧାରା 509 ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.