ETV Bharat / bharat

କ'ଣ ଏହି କାର୍ଡିଓ ଭାସକୁଲାର ହାର୍ଟ ଡିଜିଜ୍, ଯେଉଁଥିରେ ପୀଡିତ କିମ ଜଙ୍ଗ ଉନ - symptoms-cause-and-treatment cardiovascular-disease

କାର୍ଡିଓ ଭାସକୁଲାର ହାର୍ଟ ଡିଜିଜ୍ ରେ ହେଉଛି ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଯିବା। ତେବେ ହାର୍ଟ ଓ ବ୍ଲଡ ଭେସେଲ୍ସ ମଧ୍ୟରେ ଅସାମନତା ଦେଖାଦେଲେ ଏହି ରୋଗ ଦେଖାଯାଏ। ଅଧିକ ଖବର ପଢନ୍ତୁ...

kim-jong-un
କ'ଣ ଏହି କାର୍ଡିଓ ଭାସକୁଲାର ହାର୍ଟ ଡିଜିଜ୍ , ଯେଉଁଥିରେ ପୀଡିତ କିମ ଜଙ୍ଗ ଉନ
author img

By

Published : Apr 22, 2020, 12:15 PM IST

ଏକଛତ୍ରବାଦୀ ଶାସନର ସମ୍ରାଟ ବା ଉତ୍ତରକୋରିଆର ରାଷ୍ଟ୍ରପତି କିମ ଜଙ୍ଗ ଉନ ସାଙ୍ଘାତିକ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସେ କାର୍ଡିଓ ଭାସକୁଲାର ରୋଗରେ ପୀଡିତ ଥିଲେ କିନ୍ତୁ ସର୍ଜରୀ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଯାହାକୁ ନେଇ ସେ ଏବେ ଜୀବନ ଓ ମରଣର ସଂଗ୍ରାମ ଲଢୁଛନ୍ତି। ତେବେ ଗତ କିଛି ମାସ ହେବ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗୁଡୁଥିବା ବେଳେ ତାଙ୍କର ମେଦ ବହୁଳତା ଓ ଧୂମ୍ରପାନ ଭଳି ସମସ୍ୟା ରହିଛି।

କୁହାଯାଉଛି କିମଙ୍କ ବ୍ରେନ ଡେଡ୍ ରହିଛି। ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଉତ୍ତରକୋରିଆର ଗଣମାଧମକୁ ସେହି ପରିମାଣର ସ୍ବାଧୀନତା ମିଳିନଥିବାରୁ କୌଣସି ସଠିକ୍ ଖବର ମିଳିପାରୁ ନାହିଁ। ଗତ ସପ୍ତାହରେ ତାଙ୍କ ଜନ୍ମତିଥି ପାଳନ କରାଯାଇଥିବା ବେଳେ ସେ ଉପସ୍ଥିତ ରହିନଥିଲେ।

ତେବେ କଣ ଏହି କାର୍ଡିଓ ଭାସକୁଲାର ହାର୍ଟ ଡିଜିଜ୍ ଆସନ୍ତୁ ଜାଣିବା....

ଏହି ରୋଗର ମୁଖ୍ୟ କାରଣ ହେଉଛି ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଯିବା। ତେବେ ହାର୍ଟ ଓ ବ୍ଲଡ ଭେସେଲ୍ସ ମଧ୍ୟରେ ଅସାମନତା ଦେଖାଦେଲେ ଏହି ରୋଗ ଦେଖାଯାଏ। ଯାହା ଫଳରେ ହାର୍ଟ ଆଟାର୍କ, ହାଇ ବ୍ଲଡପ୍ରେସର,ହାଇପର ଟେନସନ,ହାର୍ଟ ଫେଲୁଅର ଭଳି ଜେନେଟିକ୍ ଡିଜିଜ ଦେଖାଯାଏ।

କିମ ଜୋଙ୍ଗ ଉନଙ୍କର ମଧ୍ୟ ମେଦବହୁଳ ସମସ୍ୟା ରହିଛି। ଏହାର କେତେକ ଲକ୍ଷଣ ହେଉଛି:

  • ଶରୀର ଫୁଲିଯିବା, ମୁଣ୍ଡ ବୁଲାଇବା, ନିଶ୍ୱାସ ପ୍ରଶ୍ୱାସ ନେବା, ଚର୍ମ, ଓଠ ଏବଂ ଆଙ୍ଗୁଠି ନୀଳ ପଡିଯାଏ।
  • ବାରମ୍ବାର ଥକାପଣ ଏବଂ ରକ୍ତ ସଞ୍ଚାଳନ କମିଯାଏ। ଏହାସହ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବା।
  • ଫୁସଫୁସରେ ତରଳ ଜମା, ରକ୍ତ ଜମାଟ ବାନ୍ଧିବା

ସୂଚନା ଥାଉକି, କିମ ଜନଙ୍କୁ ଏପର୍ଯ୍ୟନ୍ତ 36 ବର୍ଷ ବୟସ ହୋଇଛି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ଚର୍ଚ୍ଚା ପାଶ୍ଚାତ୍ୟ ଗଣମାଧ୍ୟମର ଚାଲିଛି। ଦକ୍ଷିଣ କୋରିଆର ଅନଲାଇନ୍ ୱେବସାଇଟ୍ ଅନୁଯାୟୀ ଏପ୍ରିଲ୍ 12 ରେ କିମଙ୍କ୍ ହାର୍ଟ ସମ୍ବନ୍ଧୀୟ କିଛି ଅସୁବିଧା ଦେଇ ଗତି କରିଥିଲେ। ଯାହାର ମୁଖ୍ୟ କାରଣ ଥିଲା ଧୂମ୍ରପାନ ଓ ତାଙ୍କର ମୋଟାପଣ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.