ETV Bharat / bharat

ବଢୁଛି ଦିଲ୍ଲୀ ହିଂସା, ସେନା ମୁତୟନ ପାଇଁ କେଜ୍ରିୱାଲଙ୍କ ପରାମର୍ଶ

author img

By

Published : Feb 26, 2020, 12:52 PM IST

ଦିଲ୍ଲୀ ହିଂସାକୁ ଆୟତ୍ତ କରିବା ପାଇଁ ହିଂସାତ୍ମକ ସ୍ଥଳରେ କର୍ଫ୍ୟୁ ଲଗାଇବା ସହ ସେନା ମୁତୟନ ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

arvind-kejriwal
ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନାଁ ଧରୁନି । ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ତେବେ ଏନେଇ ବୁଧବାର ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହା ସହିତ ସେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଆବଶ୍ୟକ ସ୍ଥଳେ କର୍ଫ୍ୟୁ ଲଗାଇବା ସହ ହିଂସାତ୍ମକ ସ୍ଥଳରେ ସେନା ମୁତୟନ ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

arvind-kejriwal
ଅରବିନ୍ଦ କେଜ୍ରିୱାଲ

ଏନେଇ କେଜ୍ରିୱାଲ ଟ୍ବିଟ କରି କହିଛନ୍ତି, ଦିଲ୍ଲୀର ଅନେକ ଲୋକଙ୍କ ସହ ମୁଁ ଲଗାତାର ସମ୍ପର୍କ କରୁଛି । ବର୍ତ୍ତମାନ ସ୍ଥିତି ତିକ୍ତତାପୂର୍ଣ୍ଣ ରହିଛି । ଅନେକ ପ୍ରୟାସ ପରେ ମଧ୍ୟ ଦିଲ୍ଲୀ ପୋଲିସ ସ୍ଥିତିକୁ ଆୟତ୍ତ କରିବାରେ ସଫଳ ହୋଇପାରୁନାହିଁ । ଏଭଳି ସ୍ଥିତିରେ ଏବେ ସେନାକୁ ମୁତୟନ କରିବାର ଆବଶ୍ୟକତା ରହିଛି ଏବଂ ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଲଗାଇବା ଉଚିତ । ଏସମ୍ପର୍କରେ ମୁଁ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିବି ବୋଲି କେଜ୍ରିୱାଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତର-ପୂର୍ବ ଦିଲ୍ଲୀରେ ସ୍ଥିତି ଅଣାୟତଃ ହେବାରେ ଲାଗିଛି । ହିଂସାକାଣ୍ଡ ଯୋଗୁ ଏବେ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ଦିଲ୍ଲୀ ହିଂସାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ବୈଠକ ଡାକିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟତୀତ ରାଜ୍ୟର କେତେକ ନେତା ଏବଂ ଅଧିକାରୀ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.