ETV Bharat / bharat

ରେଣୁକା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି

author img

By

Published : Aug 30, 2019, 4:07 PM IST

2015 ମସିହାରେ ଦାଖଲ ଏକ ଠକେଇ ମାମଲାରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି । 2014 ନିର୍ବାଚନରେ ଭିରା ବିଧାନସଭା ଆସନରୁ ଜଣକୁ ଟିକଟ ଦେବା ନେଇ ପ୍ରତିଶ୍ରୃତି ଦେଇ ଟଙ୍କା ଲାଞ୍ଚ ନେଇଥିଲେ ରେଣୁକା ।

ଫାଇଲ ଫଟୋ

ହାଇଦ୍ରାବାଦ: ଠକେଇ ମାମଲାରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ।

ତେଲେଙ୍ଗାନାର ଖାମ୍ମମରେ ଠକେଇ ସହ ଜଡିତ ଏକ ମାମଲାରେ ରେଣୁକାଙ୍କ ସମ୍ପର୍କ ଥିବା ନେଇ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଛି । ଏହି ଠକେଇ ମାମଲା 4 ବର୍ଷ ପୁରୁଣା ବୋଲି ଜଣା ପଡିଛି ।

ବି କଳାବତୀ ନାମକ ଜଣେ ମହିଳା ରେଣୁକାଙ୍କ ବିରୋଧରେ 2015 ମସିହାରେ ଏକ ଅଭିଯୋଗ ଦାଖଲ କରିଥଲେ । କଳାବତୀଙ୍କ ସ୍ବାମୀ ଡ. ଭୁକ୍ୟ ରାଣା ଚନ୍ଦ୍ର ନାୟକଙ୍କୁ 2014 ନିର୍ବାଚନରେ ଭିରା ବିଧାନସଭା ଆସନରୁ ଟିକଟ ଦେବା ନେଇ ପ୍ରତିଶ୍ରୃତି ଦେଇ ରେଣୁକା ଟଙ୍କା ଲାଞ୍ଚ ନେଇଥିଲେ ।

ଡ. ନାୟକ ଟିକଟ ପଇଁ 1 କୋଟି 10 ଲକ୍ଷ ଟଙ୍କା ଦେଇଥିବା ବେଳେ ରେଣୁକା ଟିକଟ ଦେଇ ନଥିବା କଳାବତୀ କହିଥିଲେ । ପରେ ଏ ନେଇ କଳାବତୀ ଖାମ୍ମମରେ ରେଣୁକାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଥଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.