ETV Bharat / bharat

କୋଭିଡ ନିୟମ ଉଲ୍ଲଙ୍ଘନ: ନୋଏଡାରେ 64 ଗିରଫ, ଜୋରିମାନା ଭରିଲେ 1904 ଗାଡି ମାଲିକ - କୋଭିଡ ନିୟମ ଉଲ୍ଲଙ୍ଘନ

କୋରୋନା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଗ୍ରେଟର ନୋଏଡାର ଶକ୍ତ କାର୍ଯ୍ୟାନୁଷ୍ଠାନ । ରବିବାର 64 ନିମୟ ଉଲ୍ଲଙ୍ଘନକାରୀଙ୍କୁ ଗିରଫ କରିବା ସହ 1904 ଗାଡି ମାଲିକଙ୍କ ଉପରେ ଜୋରିମାନା ଆଦାୟ କରିଛି । ଅଧିକ ପଢନ୍ତୁ...

ନୋଏଡାରେ 64 ଗିରଫ, ଜୋରାମାନା ଭରିଲେ 1904 ଗାଡି ମାଲିକ

author img

By

Published : Jul 13, 2020, 9:19 AM IST

ନୋଏଡା: କୋରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ ଦେଶବ୍ୟାପୀ ଲକଡାଉନ ଓ ସଟ ଡାଉନ ଜାରି ରହିଛି । ହେଲେ କେତେକ ଅମାନିଆ ନିୟମକୁ ବାରମ୍ବାର ଉଲ୍ଲଙ୍ଘନ କରୁଛନ୍ତି । ଏମାନଙ୍କ ବିରୋଧରେ ଶକ୍ତ ହୋଇଛି ଗ୍ରେଟର ନୋଏଡାର କଟକଣା । ରବିବାର ଏଠାରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଉଲ୍ଲଙ୍ଘନ କରିଥିବା 60 ଜଣକୁ ପୋଲିସ ଗିରଫ କରିଛି । ପ୍ରାୟ 2000 ହଜାର ଗାଡି ଚାଳକଙ୍କୁ ଜୋରିମାନା ଦେବାକୁ ପଡିଛି ।

ଗତ 24 ଘଣ୍ଟାରେ ରବିବାର ରାତି ପର୍ଯ୍ୟନ୍ତ ନିୟମ ଉଲ୍ଲଙ୍ଘନ କରିଥିବା 22 ଗାଡିକୁ ଜବତ କରାଯାଇଛି । ଜିଲ୍ଲାର 200ଟି ବ୍ୟାରେଜ୍ ପଏଣ୍ଟରେ ସମୁଦାୟ 4,512 ଟି ଗାଡି ଯାଞ୍ଚ କରାଯାଇଥିଲା । ସେପଟେ,ଉତ୍ତରପ୍ରଦେଶ ସରକାର କୋରୋନା ସଂକ୍ରମଣର ବିସ୍ତାର ରୋକିବାକୁ ଶୁକ୍ରବାର ରାତି 10ଟାରୁ ଜୁଲାଇ 13 ସକାଳ 5 ଟା ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ।

କାର୍ଯ୍ୟାନୁଷ୍ଠାନ ସମୟରେ 1,70,250 ଟଙ୍କା ଜୋରିମାନା ଆଦାୟ ହୋଇଥିବା ଗୌତମ ନଗର ପୋଲିସ ସୂଚନା ଦେଇଛି । ରେଡ ଜୋନ ଅଞ୍ଚଳ ଗୌତମ ବୁଦ୍ଧ ନଗରରୁ 4ଜଣକୁ ଗିରଫ କରାଯାଇଛି ।

ନୋଏଡା-ଦିଲ୍ଲୀ ସୀମା ସିଲ ହୋଇ ରହିଛି। ଅଧିକାରୀଙ୍କ କହିବାନୁସାରେ, କେବଳ ଜରୁରୀ ସେବା କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଦିଆଯାଇଥିବା ପାସ୍ ଥିବା ଲୋକମାନଙ୍କୁ ଅତିକ୍ରମ କରିବାକୁ ଅନୁମତି ଦିଆଯାଇଛି। କୋଭିଡ ସଂକ୍ରମଣ ରୋକିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିନା ମାସ୍କରେ ଘରୁ ବାହାରକୁ ବାହାରିଲେ 500 ଟଙ୍କା ଫାଇନ ଦେବାକୁ ପ୍ରଶାସନ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.