ETV Bharat / bharat

ରାମଙ୍କୁ ବନବାସ ସମୟରେ କୌଣସି ଉଚ୍ଚଜାତିର ଲୋକେ ସାହାଯ୍ୟ କରିନଥିଲେ: ସତ୍ୟପାଲ ମଲ୍ଲିକ - ରାମଙ୍କୁ ବନବାସ ସମୟରେ କୌଣସି ଉଚ୍ଚ ଜାତିର ଲୋକେ ସାହାଯ୍ୟ କରିନଥିଲେ

ଭଗବାନ ରାମ ଅଯୋଧ୍ୟାରୁ ବନବାସ ଯିବା ସମୟରେ ହେଉ କିମ୍ବା ସୀତା ମାତାଙ୍କୁ ରାବଣ କବଳରୁ ରକ୍ଷା କରିବା ପାଇଁ ରାବଣ ସହିତ ଯୁଦ୍ଧ କରିବା ସମୟରେ ସମାଜର କୌଣସି ଉଚ୍ଚଜାତିର ଲୋକେ ତାଙ୍କୁ ସାହାଯ୍ୟ କରିନଥିଲେ। ସମାଜର ଆଦିବାସୀ,ଅନୁସୂଚିତ ସମ୍ପ୍ରଦାୟର ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ।

ଫଟୋ ସୌଜନ୍ୟ: IANS
author img

By

Published : Nov 22, 2019, 2:26 PM IST

ପାଣାଜୀ: ଭଗବାନ ରାମଙ୍କ ବନବାସ ସମୟରେ ତାଙ୍କୁ କୌଣସି ଉଚ୍ଚଜାତିର ଲୋକେ ସାହାଯ୍ୟ କରିନଥିଲେ। ବରଂ ଆଦିବାସୀ ଏବଂ ଅନୁସୂଚିତ ଜାତିର ଲୋକେ ବନବାସ ସମୟରେ ରାମଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେଇଥିଲେ ବୋଲି କହିଛନ୍ତି ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ।

ଚଳିତ ମାସ 3 ତାରିଖରେ ଗୋଆର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସେ। ଏହି ଦାୟିତ୍ବ ପରେ ଗୋଆରେ ଏହା ତାଙ୍କର ପ୍ରଥମ ଭାଷଣ। ରାଜଧାନୀ ପାଣାଜୀରୁ 35 କିଲୋମିଟର ଦୂର ପୋଣ୍ଡା ସହରରେ ଆଦିବାସୀ ଷ୍ଟୁଡେଣ୍ଟ କନଫରେନ୍ସ ଦ୍ବାରା ଅନୁଷ୍ଠିତ ଏକ ସଭାରେ ସେ ନିଜର ଭାଷଣ ରଖିବା ଅବସରରେ ଏହା କହିଛନ୍ତି ସେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଭଗବାନ ରାମ ଅଯୋଧ୍ୟାରୁ ବନବାସ ଯିବା ସମୟରେ ହେଉ କିମ୍ବା ସୀତା ମାତାଙ୍କୁ ରାବଣ କବଳରୁ ରକ୍ଷା କରିବା ପାଇଁ ରାବଣ ସହିତ ଯୁଦ୍ଧ କରିବା ସମୟରେ ସମାଜର କୌଣସି ଉଚ୍ଚଜାତିର ଲୋକେ ତାଙ୍କୁ ସାହାଯ୍ୟ କରିନଥିଲେ। ବରଂ ସମାଜର ଆଦିବାସୀ ଏବଂ ଅନୁସୂଚିତ ସମ୍ପ୍ରଦାୟର ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ।

ଏହି ଭାଷଣରେ ସେ ଆହୁରି ମଧ୍ୟ କହିଥିଲେ କି, ଅଯୋଧ୍ୟାରେ ଭଗବାନ ରାମଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ମୁଁ ପ୍ରତିଦିନ ସନ୍ଥ ଏବଂ ମହନ୍ତଙ୍କ ଭାଷଣ ଶୁଣୁଛି। ସେମାନେ ଯେତେବେଳେ ନିଜର ଦୃଷ୍ଟିକୋଣ ରଖୁଛନ୍ତି, ସେମାନେ ରାମଲଲ୍ଲାଙ୍କ ମୂର୍ତ୍ତି ଏବଂ ରାମ ଦରବାର ସମ୍ପର୍କରେ କହୁଛନ୍ତି ବୋଲି ରାଜ୍ୟପାଳ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ କେଉଟ ଏବଂ ଶବରୀଙ୍କ ସମ୍ପର୍କରେ କେହି କହୁନାହାନ୍ତି । ଯେତେବେଳେ ସୀତାମାତାଙ୍କ ଅପହରଣ ହୋଇଥିଲା, ସେତେବେଳେ ରାମଙ୍କ ଭାଇ ଅଯୋଧ୍ୟାର ରାଜା ଥିଲେ । ସେତେବେଳେ ଅଯୋଧ୍ୟାରୁ ଜଣେ ହେଲେ ବି ସୈନିକ କିମ୍ବା ଉଚ୍ଚଜାତିର ପ୍ରଜା ତାଙ୍କୁ ସାହାଯ୍ୟ କରିବା ପାଇଁ ଆସିନଥଲେ । ଯେତେବେଳେ ରାମ ଶ୍ରୀଲଙ୍କାକୁ ବାହାରିଥିଲେ, ସେତେବେଳେ ଆଦିବାସୀ ଏବଂ ଲଘୁ ସମ୍ପ୍ରଦାୟର ଲୋକେ ତାଙ୍କ ସହିତ ଶ୍ରୀଲଙ୍କା ଗସ୍ତ କରିଥିଲେ। କେହି ଜଣେ କହିବ କି ରାମ ଯୁଦ୍ଧ କରୁଥିବା ସମୟରେ କୌଣସି ଉଚ୍ଚଜାତିର ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Intro:Body:

editorial

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.