ETV Bharat / bharat

ଡୋକଲାମ ପରେ ଦଲାଇଲାମା ପ୍ରସଙ୍ଗ ବିଗାଡିପାରେ ଭାରତ-ଚୀନ ସମ୍ପର୍କ - ଦଲାଇଲାମା ପ୍ରସଙ୍ଗ ବିଗାଡିପାରେ ଭାରତ-ଚୀନ ସମ୍ପର୍କ

ଭାରତ-ଚୀନ ମଧ୍ୟରେ ଏକ ସଫଳ ଅନୌପଚାରିକ ବୈଠକ ହେବା ପରେ ଉଭୟ ଦେଶ ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ପୁଣି ଥରେ ବିବାଦ ଦେଖାଯିବାର ସମ୍ଭାବନା ରହିଛି । ଦଲାଇଲାମା ଏବଂ ତିବ୍ଦତ ମାମଲା ଉଭୟ ଦେଶର ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଫାଇଲ ଫଟୋ
author img

By

Published : Nov 18, 2019, 10:32 AM IST

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଏକ ସଫଳ ଅନୌପଚାରିକ ବୈଠକ ହେବା ପରେ ଉଭୟ ଦେଶ ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ପୁଣି ଥରେ ବିବାଦ ଦେଖାଦେବାର ସମ୍ଭାବନା ରହିଛି । ଡୋକଲାମ ବିବାଦ ପରେ ନିର୍ବାସିତ ତୀବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କୁ ନେଇ ଉଭୟ ଦେଶର ସମ୍ବନ୍ଧ ପୁଣିଥରେ ବିଗାଡିପାରେ । ଦଲାଇଲାମା ଏବଂ ତିବ୍ଦତ ମାମଲା ଉଭୟ ଦେଶର ସମ୍ପର୍କକୁ ଆହୁରି ପ୍ରଭାବିତ କରିପାର ଆଶଙ୍କା ରହିଛି ।

ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମଙ୍କ ସହ କୌଣସି ଭାରତୀୟ ନେତା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ସାକ୍ଷାତକାର ଉଭୟ ଦେଶର ସମ୍ପର୍କରେ ପ୍ରଭାବ ପକାଇବ । ରାଇଜିଂ ହିମାଚଳ ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର ସମ୍ମିଳନୀର ଠିକ ପୂର୍ବରୁ ଚୀନ ପକ୍ଷରୁ ଏଭଳି ପ୍ରତିକ୍ରିୟା ଦିଆଯାଇଥିଲା । ଧର୍ମଶାଳାରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଭାରତୀୟ ନେତା ଏବଂ ଅଧିକାରୀ ଦଲାଇଲାମାଙ୍କ ସହ ସାକ୍ଷାତ କରୁଥିବା ନେଇ ଅନେକବାର ଅଭିଯୋଗ କରିଛି ଚୀନ । ଭାରତ ପକ୍ଷରୁ ଏହାର ଜବାବ ଦିଆଯାଇଛି । ଦଲାଇଲାମାଙ୍କୁ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକ୍ରମ କରିବା ନେଇ ଅନୁମତି ମିଳିନାହିଁ ବୋଲି ଭାରତ କହିଛି । ଏହା ସହିତ ଧର୍ମଶାଳାରେ ହୋଇଥିବା ସମ୍ମିଳନୀ ମଧ୍ୟ ଅଣରାଜନୈତିକ କାର୍ଯ୍ୟକ୍ରମ ଥିଲା ବୋଲି ଚୀନକୁ ଜଣାଇଦେଇଛି ଭାରତ ।

ବର୍ତ୍ତମାନର ତିବ୍ଦତୀୟ ଧର୍ମଗୁରୁ ଦଲାଇଲମାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ରହିଛି । ବର୍ତ୍ତମାନ ତାଙ୍କର ବୟସ ୮୪ । ଲଗାତାର ଯାତ୍ରା କରିବା ଦ୍ବାରା ତାଙ୍କର ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଅତିଶୀଘ୍ର ତାଙ୍କର ଉତ୍ତରାଧିକାରୀ ଚୟନ କରିବାକୁ ଯୋଜନା ଚାଲିଛି। ହେଲେ ଏହି ପ୍ରକ୍ରିୟାରୁ ନିଜକୁ ଦୁରେଇ ରଖିବା ପାଇଁ ଆମେରିକା ଚୀନକୁ ଚେତାବନୀ ଦେଇଛି।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.