ନୂଆଦିଲ୍ଲୀ: ରେଲଓ୍ବେରେ ଘରୋଇକରଣକୁ ରେଳମନ୍ତ୍ରାଳୟ ପକ୍ଷରୁ ଅସ୍ବୀକାର କରାଯାଇଛି । ରେଲଓ୍ବେ ଭାରତ ସରକାରର ହୋଇ ରହିବ ବୋଲି ରେଳମନ୍ତ୍ରୀ ପିୟୁଷ ଗୋୟେଲ ସ୍ପଷ୍ଟ କରିଛନ୍ତି । ଏହା ଭାରତର ଲୋକଙ୍କ ସେବା ଜାରି ରଖିବା ସହ ରେଲଓ୍ବେରେ ବଡ ନିବେଶ ଉପରେ ବିଶ୍ବାସ ରଖୁଥିବା ପିୟୁଷ କହିଛନ୍ତି ।
ବାରମ୍ବାର ରେଲଓ୍ବେର ଘରୋଇକରଣ ଖବରକୁ ରେଳମନ୍ତ୍ରୀ ପିୟୁଷ ଗୋୟେଲ ପ୍ରତ୍ୟାଖ୍ୟାନ କରିଛନ୍ତି । ସରକାର ରେଲଓ୍ବେର ଘରୋଇକରଣ କରିବେ ନାହିଁ ବୋଲି ପୂର୍ବରୁ ମଧ୍ୟ ପିୟୁଷ କହିଆସିଛନ୍ତି । ଗୋଏଲ କହିଛନ୍ତି ଯେ ସରକାର ରେଲଓ୍ବେରେ ବଡ ନିବେଶ କରିବା ଲକ୍ଷ୍ୟରେ ରହିଛି । ଏଥିପାଇଁ ପ୍ରାଇଭେଟ ପାର୍ଟନରସିପ ଉପରେ ବିଚାର କରାଯାଉଛି । ଏଥିସହ ବିଶ୍ବର ଅତ୍ୟାଧୁନିକ ଟେକ୍ନୋଲୋଜିକୁ ରେଲଓ୍ବେ ସହ ଯୋଡିବାକୁ ଚାହୁଁଥିବା ପିୟୁଷ କହିଛନ୍ତି ।
ନିକଟରେ ଖବର ଆସିଥିଲା ଯେ ରେଳମନ୍ତ୍ରାଳୟ 50ଟି ରେଳ ଷ୍ଟେସନ ଓ 150ଟି ଟ୍ରେନର ଘରୋଇକରଣ ପାଇଁ କମିଟି ଗଠନ କରିଛି ।