ETV Bharat / bharat

ସଂସଦର ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ

author img

By

Published : Sep 2, 2020, 4:14 PM IST

ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ କୌଣସି ପ୍ରଶ୍ନକାଳ ଏବଂ ସଦସ୍ୟଙ୍କ ଆଲୋଚନା କରାଯିବ ନାହିଁ । ଏନେଇ ଲୋକସଭା ଓ ରାଜ୍ୟସଭା ବୁଲେଟିନରେ କୁହାଯାଇଛି । ଅଧିକ ପଢନ୍ତୁ...

ସଂସଦର ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ
ସଂସଦର ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ

ନୂଆଦିଲ୍ଲୀ: ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ କୌଣସି ପ୍ରଶ୍ନକାଳ ଏବଂ ସଦସ୍ୟଙ୍କ ଆଲୋଚନା କରାଯିବ ନାହିଁ । ଏନେଇ ଲୋକସଭା ଓ ରାଜ୍ୟସଭା ବୁଲେଟିନରେ କୁହାଯାଇଛି ।

ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର 14ରୁ ଆରମ୍ଭ ହେବାର ରହିଛି । ବିନା ବାଧାରେ ଗୃହ କାର୍ଯ୍ୟ କରାଯିବା ସହ ଅକ୍ଟୋବର 1ରେ ଶେଷ ହେବାର ଯୋଜନା ରହିଛି।

ସଂସଦର ଉଭୟ ଗୃହ ଦୈନିକ ଚାରି ଘଣ୍ଟା ଧରି ବସିବ । ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସଂସଦର ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି । ଏହା ସହ ଅଧିବେଶନ ବସିବା ସମୟରେ କୋରୋନା ନିର୍ଦ୍ଦେଶାବଳୀ କିପରି ପାଳନ କରାଯିବ, ସେ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।

ସେପ୍ଟେମ୍ବର 14ରେ ଅଧିବେଶନର ପ୍ରଥମ ଦିନରେ ଲୋକସଭା ସକାଳ 9ଟାରୁ 1ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ରାଜ୍ୟସଭା ଅପରାହ୍ନ 3ରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଚାଲିବ । ପରଦିନରେ ରାଜ୍ୟସଭାରେ ସକାଳ 9ଟାରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଓ ଲୋକସଭା ଅଧିବେଶନ ଅପରାହ୍ନ 3ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଲୋକସଭାର ବୁଲେଟିନ୍ ଅନୁଯାୟୀ, କୋରୋନା ଯୋଗୁଁ ସରକାରଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଅଧିବେଶନରେ ସଦସ୍ୟଙ୍କ ଆଲୋଚନା କରାଯିବ ନାହିଁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.