ETV Bharat / bharat

ପେନସନ ହ୍ରାସ ଗୁଜବ ନେଇ ଜବାବ ରଖିଲେ ସରକାର

author img

By

Published : Apr 20, 2020, 12:19 AM IST

ଆଗାମୀ ଦିନରେ କେନ୍ଦ୍ର ସରକାର ପେନସନ ହ୍ରାସ କରିପାରନ୍ତି । ଏନେଇ କେନ୍ଦ୍ର ସରକାର ସ୍ପଷ୍ଟିକରଣ ରଖି କହିଛନ୍ତି ଯେ ପେନ୍‌ସନ୍‌ଭୋଗୀଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପେନସନ ହ୍ରାସ ହେବା ନେଇ ଜବାବ ରଖିଲେ ସରକାର
ପେନସନ ହ୍ରାସ ହେବା ନେଇ ଜବାବ ରଖିଲେ ସରକାର

ନୂଆଦିଲ୍ଲୀ: ଆଗାମୀ ଦିନରେ କେନ୍ଦ୍ର ସରକାର ପେନସନ ହ୍ରାସ କରିପାରନ୍ତି । ଏଭଳି କିଛି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରବିବାର ଏନେଇ କେନ୍ଦ୍ର ସରକାର ସ୍ପଷ୍ଟିକରଣ ରଖିଛନ୍ତି ।

ଏନେଇ କୌଣସି ଆଲୋଚନା ହୋଇ ନାହିଁ । କେନ୍ଦ୍ର ପେନସନ ମନ୍ତ୍ରଣାଳୟ କହିଛି ଯେ ପେନ୍‌ସନ୍‌ଭୋଗୀଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ କୋରୋନା ଭାଇରସର ସଙ୍କଟ ଆସିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥନୀତିକ ଦୃଷ୍ଟିକୋଣରୁ ପେନ୍‌ସନ୍‌ ହ୍ରାସ କିମ୍ବା ବନ୍ଦ କରିବାକୁ ସରକାର ଚିନ୍ତା କରୁଥିବା ଗୁଜବ ଆସିବା ପରେ ମନ୍ତ୍ରଣାଳୟ ଏହି ସ୍ପଷ୍ଟତା ଦେଇଛି । ଯାହା ପେନସନଭୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସୂଚନାଯୋଗ୍ୟ, ଦେଶ ଏବେ ଲକଡାଉନ୍ ରହିବ ମେ 3 ଯାଏଁ । ଅନେକ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା ବନ୍ଦ ରହିଖଥିବାରୁ ଦେଶ ଆଗାମୀ ଦିନରେ ବଡ଼ ଆର୍ଥିକ ସଙ୍କଟକୁ ସାମ୍ନା କରିବାକୁ ଯାଉଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିଥିଲେ ଲକଡାଉନ୍ ପରେ ଆମକୁ ଆଉ ଏକ ଦିଗରେ ଚାଲିବାକୁ ହେବ । ସ୍ଥିତି ବହୁ ମାତ୍ରାରେ ବଦଳିବ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.