ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କୋରୋନା ସ୍ଥିତିର କୌଣସି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆସିନାହିଁ ବୋଲି ରବିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ।
ସେ ରବିବାର ସ୍ବାସ୍ଥ୍ୟ ବୁଲେଟିନର ଷଷ୍ଠ ଏପିସୋଡରେ କହିଛନ୍ତି ଯେ, ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ଭାଇରସର କୌଣସି ପରିବର୍ତ୍ତନ ହୋଇନାହିଁ ।
ଏଥିସହ ସେ କହିଛନ୍ତି, ଏପରି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଯାହା ପ୍ରମାଣ କରୁଛି ଯେ ଖବରକାଗଜ ଦ୍ବାରା କୋରୋନା ସଂକ୍ରମିତ ହୋଇପାରେ । ଏଣୁ ମହାମାରୀ ସମୟରେ ଖବର କାଗଜ ପଢିବା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ବୋଲି ସେ କହିଛନ୍ତି ।
ଯଦିଓ ବର୍ତ୍ତମାନ ସମୟରେ ଭାରତରେ ପାଖରେ କୌଣସି କୋରୋନା ଟିକା ନାହିଁ । କିନ୍ତୁ ସେରମ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ଖୁବଶୀଘ୍ର ଦେଶ ପାଇଁ କୋରୋନା ଟିକା ଆଣିବେ । ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ, ହଜାର ପାର୍ଥୀଙ୍କ ସହିତ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଚାଲିଛି ।
ଏପଟେ ମନ୍ତ୍ରୀ ଓନାମ ମହୋତ୍ସବ ଦ୍ବାରା ହଠାତ୍ କୋରୋନା ବୃଦ୍ଧିକୁ ନେଇ କେରଳକୁ ଦାୟୀ କରିଛନ୍ତି। ସେଥିପାଇଁ ପ୍ରତ୍ୟେକ ରାଜ୍ୟ କେରଳ ପରିସ୍ଥିତିରୁ କିଛି ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ।
ପ୍ରକାଶ ଥାଉକି, ତେବେ ଭାରତରେ ପ୍ରଥମ କୋରୋନା ମାମଲା ଜାନୁୟାରୀ 30ରେ କେରଳରେ ରିପୋର୍ଟ କରାଯାଇଥିଲା।