ETV Bharat / bharat

ବେଙ୍ଗାଲୁରୁରେ ଆଉ ବଢିବନି ଲକଡାଉନ ଅବଧି: କର୍ଣ୍ଣାଟକ ସରକାର - No extension of lockdown in Bengaluru, says minister

ବେଙ୍ଗାଲୁରୁରେ ବୃଦ୍ଧି ହେବନି ଲକଡାଉନ କଟକଣା । ସୂଚନା ଦେଲେ କର୍ଣ୍ଣାଟକ ସରକାର । ଅଧିକ ପଢନ୍ତୁ...

No extension of lockdown in Bengaluru, says minister
ବେଙ୍ଗାଲୁରୁରେ ବୃଦ୍ଧି ହେବନି ଲକ ଡାଉନ କଟକଣା :କର୍ଣ୍ଣାଟକ ସରକାର
author img

By

Published : Jul 21, 2020, 7:24 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଲାଗୁ ହୋଇଥିବା ଲକଡାଉନ କଟକଣା ବୁଧବାର ଶେଷ ହେବାକୁ ଯାଉଛି । ଏହାର ଅବଧି ଆଉ ବୃଦ୍ଧି ହେବ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକର ମେଡିକାଲ ଶିକ୍ଷାମନ୍ତ୍ରୀ କେ.ସୁଧାକର । ଲକ ଡାଉନ କଟକଣା 22 ଜୁଲାଇରେ ଶେଷ ହେଉଥିବା ବେଳେ ରାତ୍ରିକାଳୀନ କର୍ଫ୍ୟୁ କେବଳ ରବିବାର ଦିନ ଜାରି ରହିବ । ରାତି 8ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

ତେବେ ଲକଡାଉନ କଟକଣାକୁ ଆଉ ନ ବଢାଇବା ପାଇଁ କୋଭିଡ ପରିଚାଳନା ସମୀକ୍ଷା ବୈଠକ ପରେ ଏନେଇ ନିଷ୍ପତି ନେଇଥିଲେ କର୍ଣ୍ଣାଟକ ସରକାର । ଜୁନ 1ରେ ସହରରେ ଅନଲକ ଜାରି ରହିଥିବା ବେଳେ ରାଜ୍ୟର ସ୍ଥିତି ଦେଖି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ କଥା ହୋଇ ଲକଡାଉନ ପାଇଁ ନିଷ୍ପତି ନେଇଥିଲେ ସରକାର । ତେବେ,କୋରୋନାକୁ ପ୍ରତିହତ କରିବା ପାଇଁ ଲକଡାଉନ ଏକ ସମାଧାନର ବାଟ ନୁହେଁ,ଲକ ଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଯଥା ସମ୍ଭବ ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାୟୀ ରଖିବା । ଜରୁରୀ କାମ ଥିଲେ ଘରୁ ବାହାରିବା ଅଯଥା ବାହାରକୁ ନ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି । ତେବେ ସୋମବାର ଦିନ 3,648 ନୂଆ କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 698ରେ ପହଞ୍ଚିଛି । ମୋଟ ପଜେଟିଭ ମାମଲା 67,420 ରହିଥିବା ବେଳେ 42,216ଟି ସକ୍ରିୟ ମାମଲା ରହିଛି ।

ସୌଜନ୍ୟ @ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.