ETV Bharat / bharat

କଂଗ୍ରେସ-ଏନସିପିର ପ୍ରେସ କନଫରେନ୍ସ: ଶିବସେନା ସହ ମେଣ୍ଟ ନେଇ ସସ୍‌ପେନ୍ସ - କଂଗ୍ରେସ-ଏନସିପିର ପ୍ରେସ କନଫରେନ୍ସ

ଶିବସେନା ପ୍ରେସ୍‌ କନଫରେନ୍ସ ପରେ ଏବେ କଂଗ୍ରେସ- ଏନସିପି ମିଳିତ ଭାବରେ ପ୍ରେସ୍‌ କନଫରେନ୍ସ କରିଛନ୍ତି। ଏଥିରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାକୁ ନିନ୍ଦା କରିଛନ୍ତି ଉଭୟ ଦଳ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 12, 2019, 10:02 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପରେ ଘନଘନ ପ୍ରେସ କନଫରେନ୍ସ ଚାଲିଛି । ରାଷ୍ଟ୍ରପତି ଶାସନ ପରେ ସ୍ଥିତି, ପରିସ୍ଥିତି, ପଦକ୍ଷେପ, ରଣନୀତି ସହ ସମାଲୋଚନା ଜାରି ରହିଛି । ଶିବସେନା ପ୍ରେସ୍‌ କନଫରେନ୍ସ ପରେ ଏବେ କଂଗ୍ରେସ- ଏନସିପି ମିଳିତ ଭାବରେ ପ୍ରେସ୍‌ କନଫରେନ୍ସ କରିଛନ୍ତି। ଏଥିରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାକୁ ନିନ୍ଦା କରିଛନ୍ତି ଉଭୟ ଦଳ।

ପ୍ରେସ କନଫରେନ୍ସରେ ଏନସିପି ପ୍ରମୁଖ ଶରଦ୍‌ ପାୱାର, ପ୍ରଫୁ୍ଲ ପଟେଲ ତଥା ଛଗନ ଭୁଜବଳ ଉପସ୍ଥିତ ଥିଲେ, ସେହିପରି କଂଗ୍ରେସ ପକ୍ଷରୁ ଅହମଦ ପଟେଲ, ମଲ୍ଲିକାର୍ଜୁନ ଖାର୍ଗେ ଓ ବେଣୁଗୋପାଳ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଉଭୟ ଦଳ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିନ୍ଦା କରିଛନ୍ତି।

Congress-NCP  press conference
ଫଟୋ ସୌଜନ୍ୟ: ଏଏନଆଇ

ପ୍ରେସ କନଫରେନ୍ସରେ ଶରଦ ପାୱାର ମହାରାଷ୍ଟ୍ରରେ ପୁଣିଥରେ ନିର୍ବାଚନ ଏନସିପି ଚାହୁଁନଥିବା କଥା କହିଛନ୍ତି। କଂଗ୍ରେସ ସହ ସମ୍ପୂର୍ଣ୍ଣ ଭାବରେ ଆଲୋଚନା ପରେ ଶିବସେନା ସହ କଥାବାର୍ତ୍ତା ହେବ, ଏନସିପିକୁ କୌଣସି ପ୍ରକାରେ ବ୍ୟସ୍ତବିବ୍ରତ ହେବାର ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Congress-NCP  press conference
ଫଟୋ ସୌଜନ୍ୟ: ଏଏନଆଇ

ପ୍ରେସ କନଫରେନ୍ସରେ କଂଗ୍ରେସ ନେତା ଅହମଦ ପଟେଲ ରାଷ୍ଟ୍ରପତି ଶାସନକୁ ସମାଲୋଚନା କରିଛନ୍ତି। ୫ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ୍‌କୁ ଉଲ୍ଲଂଘନ କରାଯାଇଥିବା କୁହାଯାଇଛି। ଯଦି ବିଜେପି, ଶିବସେନା, ଏନସିପିକୁ ସରକାର ଗଠନ ପାଇଁ ଡକରା ମିଳିଲା ତେବେ କଂଗ୍ରେସକୁ କ’ଣ ପାଇଁ ଡକା ଗଲାନି ବୋଲି ପ୍ରଶ୍ନ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.