ETV Bharat / bharat

ମଧ୍ୟପ୍ରଦେଶରେ 24 ଘଣ୍ଟାରେ କୋରୋନା ମୃତ୍ୟୁ ଶୂନ - covid 19

24 ଘଣ୍ଟାରେ 59 ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଶେଷ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶରେ 24 ଘଣ୍ଟାରେ କୋରୋନା ମୃତ୍ୟୁ ଶୂନ

author img

By

Published : Apr 19, 2020, 6:51 AM IST

ଭୋପାଳ: ଗତ 24 ଘଣ୍ଟାରେ ମଧ୍ୟପ୍ରଦେଶ ସରକାର କିଛି ମାତ୍ରାରେ ଆଶ୍ବସ୍ତି ହୋଇଛନ୍ତି । ପ୍ରତିଦିନ ଲଗାତାର କୋରୋନାଜନିତ ମୃତ୍ୟୁ ଖବର ସାମନାକୁ ଆସୁଥିଲା । ହେଲେ ଶନିବାର ଏହି ସଂଖ୍ୟା ଶୂନ ରହିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ଏହି ସୂଚନା ଦେଇଛି । 24 ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ ରହିବା ସହ କୌଣସି ଜିଲ୍ଲାରେ ଗୋଟିଏ ବି ମୃତ୍ୟୁ ହୋଇଥିବାର ରିପୋର୍ଟ ଆସିନାହିଁ । ସେହିପରି 24 ଘଣ୍ଟାରେ 59 ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଶେଷ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ରହିଛି ।

ସେହିପରି ଏବେ ସୁଦ୍ଧା ମଧ୍ୟପ୍ରଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1402 ରହିଛି । ଏଥିରୁ 69 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 127 ଜଣ ସୁସ୍ଥ ହୋଇଛନ୍ତି । ଭୋପାଳରେ ପରିସ୍ଥିତି ଅଧିକ ସଙ୍କଟଜନକ ରହିଛି । ଅନେକ ଜାଗା ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ଏସମସ୍ତ ଜାଗା ସିଲ ହେବା ସହ ସରକାର କର୍ଫ୍ୟୁ ଘୋଷଣା କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.