ETV Bharat / bharat

କାଶ୍ମୀରରେ ନାହିଁ ଗୋଷ୍ଠୀ ସଂକ୍ରମଣ

କାଶ୍ମୀରରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଏନେଇ ସୂଚନା ଦେଇଛନ୍ତି ଡିଭିଜନାଲ କମିଶନର କେ ପାଣ୍ଡୁରାଙ୍ଗ ପୋଲ । ଜମ୍ମୁ ଓ କାଶ୍ମୀରରେ ଏବେ ପର୍ଯ୍ୟନ୍ତ 581 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 381ଟି ଆକ୍ଟିଭ ମାମଲା ରହିଛି । 192 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 8 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

author img

By

Published : Apr 30, 2020, 12:48 PM IST

କାଶ୍ମୀରରେ ନାହିଁ ଗୋଷ୍ଠୀ ସଂକ୍ରମଣ
କାଶ୍ମୀରରେ ନାହିଁ ଗୋଷ୍ଠୀ ସଂକ୍ରମଣ

ଶ୍ରୀନଗର: କାଶ୍ମୀରରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଏନେଇ ସୂଚନା ଦେଇଛନ୍ତି ଡିଭିଜନାଲ କମିଶନର କେ ପାଣ୍ଡୁରାଙ୍ଗ ପୋଲ । ସେପଟେ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତି ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେପରି କୌଣସି ମାମଲା ଆସିନାହିଁ ଯେ ଆମକୁ ଟ୍ରେସିଂ କରିବାରେ କିଛି ଅସୁବିଧା ହୋଇଛି । ସେ କହିଛନ୍ତି ଯେ ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁଣ୍ଡ ଜାହାନଗର, ହାଜିନ୍ କିମ୍ବା ଗୁଣ୍ଡ କାଇସର ଭଳି ନିର୍ଦ୍ଦିଷ୍ଟ ଅଞ୍ଚଳରୁ କିମ୍ବା ଅନନ୍ତନାଗରୁ ବହୁ ସଂଖ୍ୟକ ମାମଲା ଆସୁଛି । ଦିନରାତି କଣ୍ଟାକ୍ଟ ଟ୍ରେସିଂ ସହ ନମୁନା ସଂଗ୍ରହ ଏବଂ ଚିକିତ୍ସା ଉପରେ କାର୍ଯ୍ୟ ଜାରି ରହିଛି । ସମସ୍ତ ପରିସ୍ଥିତି ମୁକାବିଲା କରିବାକୁ ପ୍ରଶାସନ ପ୍ରସ୍ତୁତ ଅଛି ।

ସେପଟେ ଗ୍ରାମାଞ୍ଚଳରେ କୃଷି କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ବିଭାଗୀୟ କମିଶନର କହିଛନ୍ତି। ପ୍ରତ୍ୟେକ ଦିନ 30ରୁ 40 ଟ୍ରକ ଆପଲ ଉତ୍ପାଦନ ହୋଇ ଶୀତଳଭଣ୍ଡାରରୁ ମଣ୍ଡିକୁ ଯାଉଛି । ଏବେ ସୁଦ୍ଧା 12 ହଜାର ମେଟ୍ରିକ ଟନ ଆମଦାନୀ ହୋଇଛି ବୋଲି ସ କହିଛନ୍ତି । ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରି ସରକାରୀ ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି । ତେବେ ଯେଉଁମାନେ ବାହାରେ ଫସି ରହିଛନ୍ତି ସମସ୍ତଙ୍କୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଡିଭିଜନାଲ କମିଶନର କହିଛନ୍ତି ।

ଜମ୍ମୁ ଓ କାଶ୍ମୀରରେ ଏବେ ପର୍ଯ୍ୟନ୍ତ 581 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 381ଟି ଆକ୍ଟିଭ ମାମଲା ରହିଛି । 192 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 8 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.