ETV Bharat / bharat

ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି, ରାଜ୍ୟରେ ରହିବ କେବଳ 2ଟି ଜୋନ - Gujarat to be Divided Only Into Containment and Non-Containment Zones

ଗୁଜୁରାଟରେ କେବଳ 2ଟି ଜୋନ ରହିବା ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରବିବାର କହିଛନ୍ତି । ରାଜ୍ୟରେ କେବଳ କଣ୍ଟେନମେଣ୍ଟ ଓ ନନ୍-କଣ୍ଟେନମେଣ୍ଟ ଜୋନ୍ ରହିବ ।

Gujarat
ଗୁଜୁରାଟରେ କେବଳ 2ଟି ଜୋନ
author img

By

Published : May 18, 2020, 10:53 AM IST

ଗାନ୍ଧୀନଗର: ଗୁଜୁରାଟରେ କେବଳ 2ଟି ଜୋନ ରହିବା ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରବିବାର କହିଛନ୍ତି । ରାଜ୍ୟରେ କେବଳଲ କଣ୍ଟେନମେଣ୍ଟ ଓ ନନ୍-କଣ୍ଟେନମେଣ୍ଟ ଜୋନ୍ ରହିବ । ଏହି ନିୟମ ମଙ୍ଗଳବାର ଠାରୁ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହାକୁ ନେଇ ସମସ୍ତ ଜିଲ୍ଲାପାଳକୁ ସୂଚନା ଦିଆଯାଇଛି ।

କେନ୍ଦ୍ର ସରକାର ରେଡ, ଗ୍ରୀନ, ଅରେଞ୍ଜ ଜୋନର ଦାୟିତ୍ବ ରାଜ୍ୟକୁ ଦେଇଛନ୍ତି ମାତ୍ର ଆମେ ରାଜ୍ୟକୁ 2 ଭାଗରେ ଯଥା କଣ୍ଟେନମେଣ୍ଟ ଓ ନନ୍-କଣ୍ଟେନମେଣ୍ଟ ଜୋନରେ ବିଭକ୍ତ କରିବୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ନନ୍-କଣ୍ଟେନମେଣ୍ଟ ଜୋନରେ ସମସ୍ତ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ । ଲକଡାଉନ୍ 4.0ର ଗାଇଡଲାଇନ ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବୈଠକ କରି ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରୁଛି ତେଣୁ ସମସ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆମକୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ । ନିଜକୁ ବଞ୍ଚାଇବା ପାଇଁ ଆମକୁ ନିୟମିତ ହାତ ଧୋଇବା ଆବଶ୍ୟକ ବୋଲି ସେ କହିଛନ୍ତି । ରୂପାଣୀ କହିଛନ୍ତି ଯେ ଦୋକାନ ଖୋଲିବା, ରାଜ୍ୟ ପରିବହନ ବସ୍ ସେବା ଆରମ୍ଭ ଓ ଆନ୍ତଃ ସିଟି ବସ୍ ସେବା ସମ୍ପର୍କରେ ଆଜି(ସୋମବାର) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.