ETV Bharat / bharat

ଅନଲକ୍-4 ଗାଇଡଲାଇନ: ସେପ୍ଟେମ୍ବର 7ରୁ ନୋଏଡା ମେଟ୍ରୋ ସେବା ଆରମ୍ଭ

author img

By

Published : Aug 30, 2020, 6:55 AM IST

ମହାମାରୀ ପାଇଁ ଦୀର୍ଘ ଦିନ ହେବ ମେଟ୍ରୋ ସେବା ବନ୍ଦ ରହିଛି। ତେବେ ପରିସ୍ଥିତି ସୁଧୁରୁନଥିବା ବେଳେ ଏହା ଭିତରେ ବିଭିନ୍ନ କାର୍ଯ୍ୟ ଧୀରେ ଧୀରେ ସ୍ବାଭାବିକ କରାଯାଉଛି। ତେବେ ସେପ୍ଟେମ୍ବର 7ରୁ ନୋଏଡା ମେଟ୍ରୋ ରେଳ ନିଗମ (NMRC)ମେଟ୍ରୋ ସେବା ପର୍ଯ୍ୟାୟ କ୍ରମେ ଦୁରତ୍ବ ରକ୍ଷା କରି ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ଅନଲକ୍ -4 ଗାଇଡଲାଇନ: ସେପ୍ଟେମ୍ବର 7 ରୁ ନୋଏଡା ମେଟ୍ରୋ ସେବା ଆରମ୍ଭ

ନୂଆଦିଲ୍ଲୀ:ମହାମାରୀ ପାଇଁ ଦୀର୍ଘ ଦିନ ହେବ ମେଟ୍ରୋ ସେବା ବନ୍ଦ ରହିଛି। ତେବେ ପରିସ୍ଥିତି ସୁଧୁରୁନଥିବା ବେଳେ ଏହା ଭିତରେ ବିଭିନ୍ନ କାର୍ଯ୍ୟ ଧୀରେ ଧୀରେ ସ୍ବାଭାବିକ କରାଯାଉଛି।

ତେବେ ସେପ୍ଟେମ୍ବର 7 ରୁ ନୋଏଡା ମେଟ୍ରୋ ରେଳ ନିଗମ (NMRC)ମେଟ୍ରୋ ସେବା ପର୍ଯ୍ୟାୟ କ୍ରମେ ଦୁରତ୍ବ ରକ୍ଷା କରି ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଗୃହ ମନ୍ତ୍ରଣାଳୟ ଅନଲକ୍ 4 ନିର୍ଦ୍ଦେଶାବଳୀ ପ୍ରକାଶ କରିବା ପରେ ଏହି ଘୋଷଣା କରାଯାଇଛି। "ଅନଲକ୍ -4 ଅଧୀନରେ ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ସର୍ବଶେଷ ନିର୍ଦ୍ଦେଶାବଳୀ ଅନୁଯାୟୀ ନୋଏଡା ମେଟ୍ରୋ ରେଳ ନିଗମ (NMRC) ଜନସାଧାରଣଙ୍କ ପାଇଁ ଆକ୍ୱା ଲାଇନରେ 7 ସେପ୍ଟେମ୍ବର 2020 ଠାରୁ ସାମାଜିକ ଦୁରତ୍ବ ସହ ସେବା ଆରମ୍ଭ କରିବ, ଏନଏମଆରସି ଏକ ବିବୃତ୍ତିରେ କହିଛି।

ଏହା କହିଛି ଯେ ମେଟ୍ରୋର କାର୍ଯ୍ୟକାରିତା ଏବଂ ଏହାର ବ୍ୟବହାର ଉପରେ ଅଧିକ ବିବରଣୀ ମେଟ୍ରୋ ଉପରେ ବିସ୍ତୃତ ମାନକ ଅପରେଟିଂ ପ୍ରଣାଳୀ (SOP) ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ସରକାର ପ୍ରଦାନ କରିବା ପରେ ସେୟାର କରାଯିବ। ଆଗାମୀ କିଛି ଦିନ ସେପ୍ଟେମ୍ବର 7 ରୁ ଏହି ସେବା ଆରମ୍ଭ କରିବାକୁ ଦିଲ୍ଲୀ ମେଟ୍ରୋ ମଧ୍ୟ ଘୋଷଣା କରିଛି।

ଗୃହ ମନ୍ତ୍ରଣାଳୟ ଏହାର ଅନଲକ୍ 4 ଗାଇଡଲାଇନରେ ସମଗ୍ର ଦେଶରେ ମେଟ୍ରୋ ରେଳଗୁଡିକର କାର୍ଯ୍ୟ କରିବାକୁ ଅନୁମତି ଦେଇଛି । କୋଭିଡ୍ 19ର ବିସ୍ତାର ରୋକିବା କ୍ଷେତ୍ରରେ ଗମନାଗମନ ଓ ରେଳଚଳାଚଳ କ୍ଷେତ୍ରରେ ବାଧ୍ୟତାମୂଳକ ରିହାତି ବା ଆରାମ ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.