ଅମରାବତୀ: ଆଜିଠାରୁ ନବରାତ୍ରୀ ମହୋତ୍ସବ ଆରମ୍ଭ ହେଉଛି । ଏନେଇ ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଇନ୍ଦ୍ରକିଲାଦ୍ରି ପାହାଡ ଉପରେ ଥିବା ଶ୍ରୀ କନକ ଦୁର୍ଗା ମନ୍ଦିରକୁ ଆଲୋକମାଳାରେ ସାଜସଜା କରାଯାଇଥିଲା । ସାଧାରଣତଃ ନବରାତ୍ରୀ ସମୟରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ ଭକ୍ତ କନକ ଦୁର୍ଗା ମନ୍ଦିର ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ପ୍ରତିଦିନ ମନ୍ଦିର ଭିତରକୁ 10,000 ଭକ୍ତଙ୍କୁ ଅନୁମତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଏପଟେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ପୋଲିସ ରୀତିନୀତି ଅନୁଯାୟୀ ଦେବୀ କନକ ଦୁର୍ଗାଙ୍କୁ ରେଶମ ବସ୍ତ୍ର ଦାନ କରିଛନ୍ତି। ପ୍ରତିବର୍ଷ ଅକ୍ଟୋବର ମାସରେ ପାଳନ କରାଯାଉଥିବା ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ଏହି ସମୟରେ ଆଗାମୀ ନଅ ଦିନ ପର୍ଯ୍ୟନ୍ତ ଭକ୍ତମାନେ ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରିବା ସହ ଉପବାସ ପାଳନ କରିଥାନ୍ତି। ଦଶମ ଦିନ ମା ଦୁର୍ଗାଙ୍କ ବିଜୟା ଦଶମୀ ପାଳନ କରାଯାଏ । ଯାହା ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ରାମଙ୍କ ବିଜୟର ଦିନ ଅଟେ।