ETV Bharat / bharat

ବାତ୍ୟା ନିଭାର: ହାଇଆର୍ଲଟରେ ପ୍ରଶାସନ, ଉଦ୍ଧାର ପାଇଁ ପ୍ରସ୍ତୁତ 30 NDRF ଟିମ୍‌

ମାଡି ଆସୁଛି ‘ନିଭାର’ । ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ 30 ଏନଡିଆରଏଫ ଟିମ୍‌ । ଅଧିକ ପଢନ୍ତୁ...

ମାଡି ଆସୁଛି ‘ନିଭାର’
ମାଡି ଆସୁଛି ‘ନିଭାର’
author img

By

Published : Nov 24, 2020, 7:11 PM IST

ଚେନ୍ନାଇ: ମାଡି ଆସୁଛି ବାତ୍ୟା ‘ନିଭାର’ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତ ରହିଛି । ବାତ୍ୟା ମୁକାବିଲା ପାଇଁ ସମୁଦାୟ 30ଟି ଏନଡିଆରଏଫ ଟିମ୍‌ ପ୍ରସ୍ତୁତ ରହିଛନ୍ତି । ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀ ଆସନ୍ତାକାଲି ରାଜ୍ୟସ୍ତରୀୟ ଛୁଟି ଘୋଷଣା କରିଛନ୍ତି ।

‘ନିଭାର’ ତାମିଲନାଡୁ ଓ ପଣ୍ଡିଚେରୀ ସମୁଦ୍ରକୂଳ କାରାଇକାଲ ଓ ମମଲାପୁରମ ଭିତରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ କରାଯାଇଛି । ତଳିଆ ଅଞ୍ଚଳବାସୀଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ଏନଡିଆରଏଫ ଟିମ୍‌ ନିୟୋଜିତ କରାଯାଇଛି ।

ତାମିଲନାଡୁରେ 12ଟି, ପଣ୍ଡିଚେରୀରେ 2, କାରାଇକାଲରେ ଗୋଟିଏ, ନେଲୋରରେ 3 ଓ ଚିତୋରରେ ଗୋଟିଏ ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିପରି ଭାଇଜାକରେ 3ଟି ଟିମ୍‌ ଥିବାବେଳେ 8ଟି ଟିମ୍‌କୁ ପ୍ରସ୍ତୁତ କରି ରଖାଯାଇଛି ।

25 ତାରିଖ ସନ୍ଧ୍ୟାରେ ଏହି ବାତ୍ୟା କାରାଇକାଲ ଓ ମମଲାପୁରମ ଭିତରେ ସ୍ଥଳଭାଗ ଛୁଇଁବାକୁ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସ୍ଥଳଭାଗ ଛୁଇଁବା ସମୟରେ ପବନର ଗତି ଘଣ୍ଟାପ୍ରତି 120ରୁ 130 କିମି ରହିବାକୁ ଥିବାବେଳେ ସ୍ଥାନେସ୍ଥାନେ 140 କିମି ମଧ୍ୟ ଛୁଇଁବ ବୋଲି ଆକଳନ କରାଯାଇଛି ।

ଯାହାର ପ୍ରଭାବରେ ଆସନ୍ତା ତିନି ଦିନ ଧରି ତାମିଲନାଡୁରେ ବର୍ଷା ଲାଗି ରହିବ । ରାଜ୍ୟର 14 ଜିଲ୍ଲା ସମେତ ପଣ୍ଡିଚେରୀରେ ବର୍ଷା ହେବ । ଗତକାଲି ରାତିରେ ନିଭାର ଘଣ୍ଟାପ୍ରତି 5 କିମିରେ ଆସୁଥିବାବେଳେ ଆଜି ସକାଳୁ ତିନିଘଣ୍ଟା ଧରି ଏହା ଗୋଟିଏ ସ୍ଥାନରେ ଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.