ETV Bharat / bharat

ବିହାର ନିର୍ବାଚନ ପ୍ରସ୍ତୁତି: ନୀତିଶ କୁମାର ଜାରି କଲେ ଭିଜନ୍ ଡକ୍ୟୁମେଣ୍ଟାରୀ - nitish kumar

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି(ରବିବାର) ଏକ ଭିଜନ୍ ଡକ୍ୟୁମେଣ୍ଟାରୀ ‘ସାତ୍ ନିଶ୍ଚୟ ଭାଗ-୨’ ପ୍ରକାଶ କରିଛନ୍ତି। 2015 ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାର ‘ସାତ୍ ନିଶ୍ଚୟ ପାର୍ଟ -1’ ପ୍ରକାଶ କରିଥିଲେ ।

ବିହାର ନିର୍ବାଚନ ପ୍ରସ୍ତୁତି
ବିହାର ନିର୍ବାଚନ ପ୍ରସ୍ତୁତି
author img

By

Published : Oct 11, 2020, 2:03 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି(ରବିବାର) ଏକ ଭିଜନ୍ ଡକ୍ୟୁମେଣ୍ଟାରୀ ‘ସାତ୍ ନିଶ୍ଚୟ ଭାଗ-୨’ ପ୍ରକାଶ କରିଛନ୍ତି। 2015 ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାର ‘ସାତ୍ ନିଶ୍ଚୟ ପାର୍ଟ -1’ ପ୍ରକାଶ କରିଥିଲେ । ଏଥିରେ ଆସନ୍ତା 5 ବର୍ଷ ମଧ୍ୟରେ ବିହାରରେ ହେବାକୁ ଥିବା ବିକାଶ କାର୍ଯ୍ୟକ୍ରମର ହିସାବ ରହିଥିଲା।

ସାତ୍ ନିଶ୍ଚୟ ଭାଗ-୨ରେ ନୀତିଶ କୁମାର ଯୁବକମାନଙ୍କୁ ପ୍ରଥମ ପ୍ରାଥମିକତା ଦେଇଛନ୍ତି। ଏହା ଅଧୀନରେ ଗତ 5 ବର୍ଷ ହେବ ଯୁବକଙ୍କ ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ ହୋଇଛି, ସେସବୁକୁ ଆଗାମୀ 6 ବର୍ଷ ପାଇଁ ମଧ୍ୟ ରହିବ ବୋଲି କୁହାଯାଇଛି । ଉଦାହରଣସ୍ବରୂପ, ଉଚ୍ଚଶିକ୍ଷା ପାଇଁ ବିହାର ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ।

ବିଗତ 5 ବର୍ଷରେ ବିହାରରେ ଅନେକ ଅନୁଷ୍ଠାନ ନିର୍ମାଣ କରାଯାଇଛି ଏବଂ ଏହାକୁ ଆଗକୁ ନେଇ ବିହାରରେ ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକ୍ନିକ୍ ପ୍ରତିଷ୍ଠାନରେ ପ୍ରଶିକ୍ଷଣର ଗୁଣବତ୍ତା ବଢାଇବା ପାଇଁ ବିହାରରେ ଏକ ଉଚ୍ଚ ସ୍ତରୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାର ଯୋଜନା ରହିଛି।

ସାତ୍ ନିଶ୍ଚୟ ଭାଗ-୨ରେ ମହିଳାମାନଙ୍କୁ ସଶକ୍ତିକରଣ ଏବଂ ସକ୍ଷମ କରିବାକୁ ଯୋଜନା ରହିଛି । ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ଯୋଜନା ଅଣାଯିବ ବୋଲି ନୀତିଶ କୁମାର କହିଛନ୍ତି। ଏଥିରେ ସେମାନଙ୍କ ଆରମ୍ଭ କରିଥିବା ଉଦ୍ୟୋଗ ପାଇଁ ସୁଧମୁକ୍ତ ଋଣ, ପ୍ରକଳ୍ପ ମୂଲ୍ୟର 50 ପ୍ରତିଶତ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବ।

ନୀତିଶଙ୍କ ଏହି ଡକ୍ୟୁମେଣ୍ଟରେ ତୃତୀୟରେ କୃଷକ ଅଛନ୍ତି । ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଜମିକୁ ପାଣି ଯୋଗାଇଦିଆଯିବ । ଚତୁର୍ଥରେ ସ୍ବଚ୍ଛ ଗ୍ରାମ ପାଇଁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଗ୍ରାମକୁ ସୋଲାର୍ ଲାଇଟ୍ ଯୋଗାଇଦିଆଯିବ । ପାଞ୍ଚ ନମ୍ବରରେ ଏକ ସ୍ବଚ୍ଛ ସହର, ବିକଶିତ ସହର ପାଇଁ ଯୋଜନା ରହିଛି । ଏଥିରେ ବୃଦ୍ଧମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳ, ସହରୀ ଗରିବଙ୍କ ପାଇଁ ବହୁ ମହଲା ବିଶିଷ୍ଟ ବାସସ୍ଥାନ, ସମସ୍ତ ସହରରେ ବୈଦ୍ୟୁତିକ ଶ୍ମଶାନ ଏବଂ ଗୁରୁତ୍ବପୂର୍ଣ୍ଣ ନଦୀଘାଟ ସହିତ ମୋକ୍ଷ ଧାମ ନିର୍ମାଣ ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.