ETV Bharat / bharat

ହରିୟାଣାରେ ଅର୍ଥନୈତିକ କରିଡର ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଗଡକରୀ - economic corridor projects

ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ ଆଜି(ମଙ୍ଗଳବାର) ହରିୟାଣାରେ 20,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ନୂତନ ଅର୍ଥନୈତିକ କରିଡର ପ୍ରକଳ୍ପର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଏହା ଉଦଘାଟନ କରାଯାଇଛି ।

ଅର୍ଥନୈତିକ କରିଡର ପ୍ରକଳ୍ପ ଉଦଘାଟନ କଲେ ନିତିନ ଗଡକରୀ

author img

By

Published : Jul 14, 2020, 4:23 PM IST

ନୂଆଦିଲ୍ଲୀ: ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ ଆଜି(ମଙ୍ଗଳବାର) ହରିୟାଣାରେ 20,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ନୂତନ ଅର୍ଥନୈତିକ କରିଡର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଏହା ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଅଛନ୍ତି ।

ଉଦଘାଟନୀ ପ୍ରକଳ୍ପ ଗୁଡିକରେ ଏନଏଚ 334B ର 35.45 କିଲୋମିଟର ରୋହନ-ଝାଜର୍ ରୋଡ୍ ନିର୍ମାଣ । ଏଥିରେ ବିଭାଗ 1183 କୋଟି ଟଙ୍କା ଖର୍ଚ୍ଚ କରିବ । ଏହାସହ ପଞ୍ଜାବ-ହରିୟାଣା ସୀମାର ଜିନ୍ଦ ଠାରେ 70 କିଲୋମିଟରର 857 କୋଟି ବ୍ୟୟଅଟକଳର ରାସ୍ତା ନିର୍ମାଣ । ଏନଏଚ 909ରେ ଥିବା ଜିନ୍ଦ-କର୍ଣ୍ଣଲ ରାଜପଥ 85.36କିଲୋମିଟର ନିର୍ମାଣ । ଏଥିରେ ପ୍ରାୟ 200 କୋଟି ବ୍ୟୟଅଟକଳ ରଖାଯାଇଛି । ଏଥିସହ ଅନ୍ୟ 8ଟି ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରାଯାଇଛି ।

ସରକାର କହିଛନ୍ତି, ଏହି ପ୍ରକଳ୍ପ ଗୁଡିକ ସମୟ, ଇନ୍ଧନ ଓ ଖର୍ଚ୍ଚ ବଞ୍ଚାଇବ ଓ ହରିୟାଣାର ପଛୁଆ ଅଞ୍ଚଳକୁ ଯୋଡିବ । ଏହି ପ୍ରକଳ୍ପଗୁଡିକ ହରିୟାଣା ତଥା ପଡୋଶୀ ରାଜ୍ୟ ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପ୍ରଦେଶକୁ ପରସ୍ପର ସହ ସଂଯୋଗ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.