ନୂଆଦିଲ୍ଲୀ: ନିତି ଆୟୋଗର ଅଟଳ ଇନୋଭେସନ୍ ମିଶନ ସାରା ଦେଶରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ATL ଆପ୍ ବିକାଶ ମଡ୍ୟୁଲ୍ ଲଞ୍ଚ କରିଛି । ATL ଆପ୍ ହେଉଛି ଏକ ଅନଲାଇନ୍ ପାଠ୍ୟକ୍ରମ, ଯାହା ସମ୍ପୂର୍ଣ୍ଣ ମାଗଣା । 6 ଟି ପ୍ରୋଜେକ୍ଟ-ଆଧାରିତ ଶିକ୍ଷଣ ମଡ୍ୟୁଲ୍ ଓ ଅନଲାଇନ୍ ମେଣ୍ଟରିଂ ଅଧିବେଶନ ମାଧ୍ୟମରେ ଯୁବ ଉଦ୍ଭାବକମାନେ ବିଭିନ୍ନ ଭାରତୀୟ ଭାଷାରେ ମୋବାଇଲ୍ ଆପ୍ ନିର୍ମାଣ ଶିଖିପାରିବେ । ବିଦ୍ୟାଳୟ ଶିକ୍ଷକମାନଙ୍କ ମଧ୍ୟରେ ଆପ୍ ବିକାଶ ପାଇଁ ଦକ୍ଷତା ଓ ଆକ୍ୟୁମ୍ ନିର୍ମାଣ କରିବାକୁ, AIM ଆପ୍ ବିକାଶ ପାଠ୍ୟକ୍ରମରେ ପର୍ଯ୍ୟାୟକ୍ରମେ ଶିକ୍ଷକ ତାଲିମ ଅଧିବେଶନ ଅନୁଷ୍ଠିତ ହେବ ।
ନିତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାଣ୍ଟ କହିଛନ୍ତି ଯେ କୋଭିଡ-19 ମହାମାରୀ ଏକ ବଡ ବ୍ୟାଘାତ ଆଣିଛି । ଏହି ସମୟରେ ଦୈନନ୍ଦିନ ଜୀବନକୁ ସରଳ, ସହଜ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରି ସମାଧାନ କରାଯାଉଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରିବା ଓ ଆତ୍ମନିର୍ଭର ଭାରତ ପାଇଁ ଉତ୍ସାହିତ କରୁଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ଅଟଳ ଇନୋଭେସନ୍ ମିଶନର ମିଶନ ନିର୍ଦ୍ଦେଶକ ଆର. ରମଣନ୍ କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜର ଉନ୍ମୋଚନ ଯୁବକ, ଛାତ୍ର, ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ଶିଳ୍ପ ସ୍ତରରେ ଏକତରଫା ଭାବେ ପ୍ରେରଣା ଯୋଗାଉଛି ।